
ନୂଆପଡ଼ା -୧୮/୯ (ସୁରେନ୍ଦ୍ର ତିୱାରୀ) ସଦର ବ୍ଳକ ଅନ୍ତର୍ଗତ ଧରମବନ୍ଧା ସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ହିନ୍ଦି ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି। ଉପରୋକ୍ତ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ରୂପେ ବିଶୋରା ହାଇ ସ୍କୁଲ ର ହିନ୍ଦୀ ଶିକ୍ଷକ ଚୈନୁ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ହିନ୍ଦୀ ଭାଷା ର ଗୁରୁତ୍ଵ, ଇତିହାସ ଓ ବର୍ତ୍ତମାନ ର ପ୍ରାସଙ୍ଗିକତା ଉପରେ ବିଶଦ ରୁପେ ଆଲୋଚନା କରି ହିନ୍ଦୀ ପକ୍ଷ ପାଳନ ର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ଉପରେ ଦିଗ ଦର୍ଶନ ଦେଇଥିଲେ। ଏ ଅବସର ରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ନେ଼ଇ ବୌଦ୍ଧିକ ବିକାଶ ସହ ହିନ୍ଦୀ ଭାଷା ଜ୍ଞାନ ଉପରେ ଆଧାରିତ କବିତା ପାଠ, ପ୍ରବନ୍ଧ, ଲେଖନ ଆଦି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ହିନ୍ଦୀ ଶିକ୍ଷକ ଥଲେଶ କୁମାର ସେନ ଙ୍କ ସଂଯୋଜନା ରେ ଆୟୋଜିତ ଉକ୍ତ ଦିବସ ରେ ଛାତ୍ର ଛାତ୍ରୀମାନେ ଉତ୍ସାହ ସହିତ ସମସ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଉପରୋକ୍ତ ସଭା ରେ ମଞ୍ଚ ସଞ୍ଚାଳନ ଜୟ କିଶନ ମେହେର କରିଥିବା ବେଳେ ସଭା ଶେଷ ରେ ସମସ୍ତଙ୍କୁ ଥଲେଶ କୁମାର ସେନ ଧନ୍ୟବାଦ ଅର୍ପଣ କରିଥିଲେ।
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧରମବନ୍ଧା ରେ ହିନ୍ଦୀ ଦିବସ ପାଳିତ।
103