Home ରାଜ୍ୟରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାପାଳ,ନୂଆପଡ଼ା ସମ୍ମାନୀତ

ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାପାଳ,ନୂଆପଡ଼ା ସମ୍ମାନୀତ

by Maraguda Express
0 comments

ନୂଆପଡ଼ା -୩୦/୭ (ସୁରେନ୍ଦ୍ର ତିୱାରୀ) ଓଡ଼ିଶା ର ରାଜଧାନୀ ଲୋକ ସେବା ସଦନ ଭୁବନେଶ୍ଵର ଠାରେ ନୀତି ଆୟୋଗ ଅନ୍ତର୍ଗତ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟସ୍ତରୀୟ ‘ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ନୂଆପଡ଼ା ଜିଲ୍ଲାପାଳ ମଧୂସୁଦନ ଦାସ କାଂସ୍ୟ ପଦକ ହାସଲ କରିଛନ୍ତି। ଲୋକସେବା ସଦନ ଭୁବନେଶ୍ଵର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନରେ ନୂଆପଡ଼ା ଜିଲ୍ଲା ୬ ଗୋଟି ସୂଚକାଙ୍କ ମଧ୍ୟରୁ ରୁ ୪ ଗୋଟି ରେ ପରିପୂର୍ଣ୍ଣତା ହାସଲ କରିଥିବାରୁ ଏହି ପଦକ ପ୍ରଦାନ କରାଯାଇଅଛି । ଏହାସହ ଆକାଂକ୍ଷି ବ୍ଲକ କାର୍ଯ୍ୟକ୍ରମ ଅଧିନରେ ହୋଇଥିବା ସମ୍ପୂର୍ଣ୍ଣତା ଅଭିଯାନ ରେ ବୋଡ଼େନ ଏବଂ କୋମନା ବ୍ଲକ ୬ଟି ସୂଚକାଙ୍କ ମଧ୍ୟରୁ ୩ ଟି ରେ ଶତପ୍ରତିଶତ ସଫଳତା ପାଇଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ତାମ୍ର ପଦକ ଗ୍ରହଣ କରିଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha