40
ସରକାରୀ ସହାୟତା ଅପେକ୍ଷାରେ କ୍ୟାନ୍ସର ରୋଗୀ।
previous post
ବୋଡେନ -୬/୨- (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ସୁନାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗବାହାଲ ଗ୍ରାମର ଦଶା ନନ ହଂସ ନାମକ ଯୁବକ ବର୍ଷେ ହେବ କ୍ୟାନ୍ସର ରୋଗରେ ପଡିତ ହୋଇ ଆର୍ଥିକ ଓ ଶାରାରିକ କଷ୍ଟ ଭୋଗୁ ଛନ୍ତି। ନିଜସ୍ବ ଖର୍ଚ୍ଚରେ ରୟପୁର ର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହୋଇ ସର୍ବସ୍ୱାନ୍ତ ହୋଇ ଗଲେଣି। ହାତ ରେ ଥିବା ଟଙ୍କା ଆଉ ନାହିଁ।ତାଙ୍କ ଭାଇ, ବାପା ପରିବାର ବର୍ଗ ଓ ତାଙ୍କ ସ୍ତ୍ରୀ ଧନମତି ହଂସ ଓ ଦୁଇ ପୁଅଝିଅ ନିରୁପାୟ ହୋଇ ଏକ ମାତ୍ର ସହା ଓ ଭରଷା ଜିଲ୍ଲା ପ୍ରଶାସନ ସହାୟତା ଅପେକ୍ଷାରେ ସମ୍ପୂର୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ତୁରନ୍ତ ସରକାରୀ ସହାୟତା ମିଳିଲେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀ ଜଣକ ବଞ୍ଚି ଯାଇପାରେ ବୋଳି ତାଙ୍କ ବଡଭାଇ ପରମେଶ୍ୱର ଗଣମାଧ୍ୟମ ସମ୍ମୁଖରେ ବୟାନ ଦେଇ, ଜିଲ୍ଲା ପ୍ରଶାସନ ଉପରେ ଆଶା ଓ ବିଶ୍ବାସ ପ୍ରକଟ କରିଛନ୍ତି। ଏ ଉପରେ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି ।