Home ରାଜ୍ୟ“ବି ଏବଂ ସି ଶ୍ରେଣୀ” ଠିକାଦାର ସଂଘର ସାଧାରଣ ବୈଠକ ।

“ବି ଏବଂ ସି ଶ୍ରେଣୀ” ଠିକାଦାର ସଂଘର ସାଧାରଣ ବୈଠକ ।

ନୂଆପଡ଼ା ବିଧାନସଭା କ୍ଷେତ୍ର ବାହାର ଠିକାଦାର ଙ୍କୁ ବିରୋଧ।

by Maraguda Express
0 comments

ନୂଆପଡ଼ା -୬/୨ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ମୁଖ୍ୟାଳୟ ସ୍ଥିତ ମଲ୍ଟି ପରପଜ ହଲରେ ନୂଆପଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବି ଓ ସି ଶ୍ରେଣୀର ଠିକାଦାର ସଞ୍ଜୟ ପୁରୋହିତଙ୍କ ଡାକରା କ୍ରମେ ଏକତ୍ରିତ ହୋଇଥିଲେ | ନୂଆପଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ କୋମନା ବ୍ଲକ , ନୂଆପଡା ବ୍ଲକ ଓ ଖରିଆର ରୋଡ ଏନ. ଏ. ସି ର ସମସ୍ତ ବି ଓ ସି ଶ୍ରେଣୀର ଠିକାଦାର ଏକତ୍ରିତ ହୋଇ ଏକ ସାଧାରଣ ସଭାଆଜି ଆୟୋଜିତ କରିଥିଲେ | ଉପରୋକ୍ତ ସଭାରେ ନୂଆପଡା ବିଧାନସଭା ତଥା ଜିଲ୍ଲା ଜିଲ୍ଲା ବାହାର କୌଣସି ଠିକାଦାର ନୂଆପଡା ବିଧାନସଭାର ବି ଓ ସି ଶ୍ରେଣୀର କାମ ଗୁଡିକରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ବୈଠକ ରେ ବଡ଼ ନିଷ୍ପତ୍ତି ହୋଇଛି | ଏହି ନିଷ୍ପତ୍ତିକୁ କୌଣସି ଠିକାଦାର ଖିଲାଫ କଲେ ନୂଆପଡା ବି ଓ ସି ଶ୍ରେଣୀ ଠିକାଦାର ସଂଘ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବବୋଲି ସୂଚାଇ ଦିଆଯାଇଛି |ଏହା ବ୍ୟତୀତ ନୂଆପଡା ବିଧାନସଭାର ସମସ୍ତ “ବି ଓ ସି ଶ୍ରେଣୀ” ଠିକାଦାର ମଧ୍ୟ ବିଧାନସଭା ବାହାରେ କୌଣସି କାମ ରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଛି | ଏହା ସହିତ ଆଗାମୀ ଟେଣ୍ଡର ଗୁଡିକରେ ଶତକଡା ୦. ୧୦ ଟଙ୍କାରେ ଭାଗ ନେବା ପାଇଁ ସର୍ବ ସମ୍ମତି କ୍ରମେ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା | ଠିକାଦାର ପ୍ରଦୀପ ସ୍ୱାଇଁ, ବବଲୁ ପାଢ଼ୀ, ମନମିତ ସିଂ ଗୁରୁଦତ୍ତା, ରାଜୀବ ହୋତା, ମାନସ ରଞ୍ଜନ ପାଢ଼ୀ, ସଲିଲ କୁମାର ପାଳ, ବଳବିନ୍ଦର ସିଂ ବେନ୍ସ, ରିଙ୍କୁ ବଗର୍ତ୍ତୀ, ସ୍ମୁତି ସମ୍ପଦ ପାଣିଗ୍ରାହୀ, ପ୍ରବୀଣ ଠାକୁର, ପିଣ୍ଟୁ ପୁରୋହିତ, ନିରଜ ସିଂ ଠାକୁର, ଅନୁଜ ପାଢ଼ୀ, ଆକାଶ ପାଢ଼ୀ, ରାହୁଲ ଯାଦବ , କ୍ରିଷ୍ଣା ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha