କଂଗ୍ରେସ ର ଓଡ଼ିଶା ବନ୍ଦ ଡାକରା : ନୂଆପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ସଫଳ


ନୂଆପଡ଼ା -୧୭/୭(ସୁରେନ୍ଦ୍ର ତିୱାରୀ ) ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଆଜି ସମ୍ପୂର୍ଣ ନୂଆପଡ଼ା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଛି । କଂଗ୍ରେସର ବନ୍ଦ ଡାକରାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ ଆଦି ବନ୍ଦ ରହିଥିଲା । ଏହା ସହିତ ପୁରା ଜିଲ୍ଲାରେ ଚକ ଅଖ ଠପ ରହିଥିଲା । ଜିଲ୍ଲା ର ପାଞ୍ଚ ଟି ବ୍ଲକ ଓ ତିନ ଟି ଏନଏସି ରେ ବନ୍ଦ ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇ ଯାଇଛି। ଏଫ.ଏମ. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜ ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । । କଲେଜ କ୍ୟାମ୍ପସରେ ନିଜ ଉପରେ ପେଟ୍ରେୋଲ ଢାଳି ଆତ୍ମାହୁତି ଦେଇଛନ୍ତି । ସୋମବାର ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ପୀଡ଼ିତା କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ଆଜି ରାଜ୍ୟ କଂଗ୍ରେସ, ସଭାପତି ଭକ୍ତଚରଣ ଦାସଙ୍କ ଆହ୍ଵାନ କ୍ରମେ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ଆଜି ନୂଆପଡ଼ା ଜିଲ୍ଲା କଂଗ୍ରେସ ସଂଯୋଜକ ଘାସିରାମ ମାଝି ଓ ସୁରେଶ ଆଜାଦ ଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଛି । ଏଥିରେ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ସହ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସ୍ଥାନୀୟ ଏକତା ଛକରେ କଂଗ୍ରେସ ନେତା ଚୌକି ପକାଇ ଜାତୀୟ ରାଜପଥ ୩୫୩ ରାସ୍ତା ଅବରୋଧ କରିଥିଲେ ।
ବନ୍ଦ ବେଳେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ଆଲୋକ ଗୁରୁ, ହରି ମାଝି, ଅଭୟ ଯୋଶୀ, ଅଶୋକ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ଖଡ଼ିଆଳ ସହର ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା , କମଳ ଚରଣ ତାଣ୍ଡି ଙ୍କ ନେତୃତ୍ଵ ରେ ଏକ ବାଇକ ରେଲି ସମ୍ପୂର୍ଣ୍ଣ ସହର ପରିକ୍ରମା କରିଥିଲା । ବନ୍ଦ ସମର୍ଥନ ରେ ଖଡ଼ିଆଳ ସହର ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍ କଲେଜ ସମ୍ପୂର୍ଣ୍ଣ ରୂପେ ବନ୍ଦ ଥିଲା । କୁରୁମପୁରି ରେ କଂଗ୍ରେସ ନେତା ତିଲେଶ୍ୱର୍ ସାହୁ ଙ୍କ ନେତୃତ୍ୱ ରେ ତୁଳା ରାମ ସାହୁ, ରମେଶ ଶବର, ଅଶ୍ୱନ୍ ଦେବାଙ୍ଗନ, ଦିଗାମ୍ବର ସୁନାନି, ପନ୍ନା ଲାଲ ପଟେଲ, ମିଥୁନ ସୁନାନି, ତିରଥ କୁମାର୍ ଦୀପ, ମୁକେଶ ସାହୁ ପ୍ରମୁଖ ବନ୍ଦ ରେ ଉପସ୍ଥିତ ଥିଲେ। ସାପ୍ତାହିକ ବଜାର, ଛେଳି ବଜାର ଓ ସମ୍ପୂର୍ଣ୍ଣ ମାର୍କେଟ ବନ୍ଦ ରହିଥିଲା। ସେହି ଭଳି ତରବୋଡ ଠାରେ ଜାତୀୟ ରାଜପଥ ୩୫୩ ଅବରୋଧ କରିଥିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହିର ଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଛି। କୋମନା ବ୍ଲକ ସଦର ଠାରେ ଯୁବ ନେତା ଶହରୁଖ ଖାନଙ୍କ ନେତୃତ୍ଵ ରେ ସମ୍ପୂର୍ଣ ବନ୍ଦ ସଫଳ ରହିଥିଲା। ସେହି ଭଳି ସିନାପାଲି,ବୋଡ଼େନ ଓ ଖରିଆରରୋଡ ରେ ମଧ୍ୟ ବନ୍ଦ ର ପ୍ରଭାବ ରହିଥିଲା।

କଂଗ୍ରେସ ର ଓଡ଼ିଶା ବନ୍ଦ ଡାକରା : ନୂଆପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ସଫଳ
235