ନୂଆପଡ଼ା -୨୦/୭ (ସୁରେନ୍ଦ୍ର ତିୱାରୀ) ନୁଆପଡ଼ାଜିଲ୍ଳା କୋମନା ଥାନା ଅନ୍ତର୍ଗତ ସାହାଜେଟ ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ରେ ତଦନ୍ତ କରି ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ପ୍ରଧାନ ଶିକ୍ଷକ ହରଦେବ ହଂସ ଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ୱିତ କରିଥିଲେ। ଘଟଣା ଅନୁଯାୟୀ ଖରିଆର ଥାନା ଅନ୍ତର୍ଗତ ବଡ଼ ମହେଶ୍ୱର ଗ୍ରାମର ତୁଳସୀଦାସ ବନଛୋର ଙ୍କ ପୁଅ ଅଶ୍ୱିନୀ ଦାସ ବାନଛୋର (୧୫) ଉକ୍ତ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ପଢୁଥିଲେ। ସମ୍ପୃକ୍ତ ଛାତ୍ର ଜଣକ ପଛୁଆ ବର୍ଗ ର ହୋଇଥିବାବେଳେ ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଜଗଦୀଶ ନାଗ ଙ୍କ ସମ୍ପର୍କୀୟ ଭଣଞ୍ଜା ହୋଇଥିବା ହେତୁ ଆଦିବାସୀ ହରିଜନ ବର୍ଗ ର ଛାତ୍ର ଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ରେ ରହିବାକୁ କୌଣସି ପ୍ରକାରେ ସମର୍ଥ ହୋଇଥିଲେ। ସହପାଠୀ ଅନ୍ତେବାସୀ ମାନଙ୍କ କହିବା ପ୍ରକାରେ ସେମାନେ ଏକାଠି ଛାତ୍ରାବାସ ରେ ରହୁଥିଲେ ଓ ୧୬ ଜୁଲାଇ ୨୦୨୫ ରାତ୍ରୀ ରେ କନ୍ଦାକାନ୍ଦି କରୁଥିଲେ। ସେ କାହିଁକି କାନ୍ଦୁଛନ୍ତି ବୋଲି ସହପାଠୀ ମାନେ ପଚାରିଥିଲେହେଁ କୌଣସି କାରଣ କହି ନଥିଲେ। ରାତ୍ରୀ ଭୋଜନ ପରେ ସେ ଛାତ୍ରାବାସ ରେ ଅନୁପସ୍ଥିତ ଥିବା ଜାଣି ସହପାଠୀ ମାନେ ରାନ୍ଧୁଣି ଙ୍କୁ ଜଣେଇ ଖୋଜାଖୋଜି କରି ତାଙ୍କୁ ଛାତ୍ରାବାସ ରୁ ମାତ୍ର ୫୦ ଫୁଟ ଦୂର ଏକ ମହୁଲ ଗଛରେ ବେକରେ ଏକ ସାଲ କୁ ବାନ୍ଧି ଝୁଲୁଥିବା ଦେଖି ସହକାରୀ ଶିକ୍ଷକ ତଥା ସହକାରୀ ତତ୍ୱାବଧାରକ ଲୋଚନ ଶବର ଙ୍କୁ ଫୋନ୍ ଯୋଗେ ଜଣେଇ ଥିଲେ।ସେ ତରବୋଡ଼ ରୁ ଆସି ଘଟଣା ସମ୍ବନ୍ଧେ ଅବଗତ ହୋଇ ଥିଲେ। ରାନ୍ଧୁଣି ଓ ସହପାଠୀ ଛାତ୍ରଙ୍କ ସହାୟତା ରେ ଗଛରୁ ଛାତ୍ର ଜଣକୁ ଉଦ୍ଧାର କରାଯାଇସାରିଥିବା ଦେଖି ତାଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁନଃ ଉପରୋକ୍ତ ଆଶ୍ରମ ବିଦ୍ୟାଳୟ ସହକାରୀ ଶିକ୍ଷକ ଜଗଦୀଶ ନାଗ ଙ୍କୁ ନିଳମ୍ବିତ ଓ ଛାତ୍ରାବାସ ସହକାରୀ ତତ୍ତ୍ୱାବଧାରକ ଲୋଚନ ଶବର ଙ୍କୁ ସ୍ଥାନାନ୍ତରଣ କରି ଜିଲ୍ଲା ମଙ୍ଗଳ ବିଭାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛନ୍ତି। ବିଦ୍ୟାଳୟ ର ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଅଭିଭାବକ ମାନଙ୍କୁ ଯୋଗାଯୋଗ କରି କଥାବାର୍ତ୍ତା ଚାଳିଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଥିଲେ।

ସହାଜେଟ୍ ଆଶ୍ରମ ବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣା : ସହକାରୀ ଶିକ୍ଷକ ନିଳମ୍ବିତ, ସହକାରୀ ତତ୍ତ୍ୱାବଧାରକ ସ୍ଥାନାନ୍ତରଣ।
190