159
ନୂଆପଡ଼ା -୨୩/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟରେ ସାଥୀ ଅଭିଯାନ ଅନ୍ତର୍ଗତ ପ୍ରଥମ ଆଧାର ପଞ୍ଜୀକରଣ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ଵରୀ ସାମନ୍ତ, ମାନସିକ ଚିକିତ୍ସକ ଡ଼ଃ. ଉମାକାନ୍ତ ମେହେର ଏବଂ ଅଧିକାର ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ୟାମ୍ପରେ ଦୁଇଜଣ ୧୮ ବର୍ଷରୁ କମ୍ ମାନସିକ ଅନଗ୍ରସର ଶିଶୁଙ୍କ ଆଧାର କାର୍ଡ ପଞ୍ଜୀକରଣ ପଦ୍ଧତି ଆରମ୍ଭ କରାଯାଇଥିଲା ।