ନୂଆପଡ଼ା-୨୧/୭ (ସୁରେନ୍ଦ୍ର ତିୱାରୀ) ଆଗାମୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଈଶ୍ୱର ପ୍ରସାଦ ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି । ଚଳିତବର୍ଷ ଏହି କମିଟି ୪୮ ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ରାମକୃଷ୍ଣ ମେହେର, ସଂପାଦକ ଜିତେନ୍ଦ୍ର ମେହେର, ସହ ସଂପାଦକ ଭୀଷ୍ମରାଜ ମେହେର ଓ ବେଣୁଧର ମେହେର ଏବଂ କୋଷାଧ୍ଯକ୍ଷ ଭାବରେ ମହେନ୍ଦ୍ର ମେହେରଙ୍କୁ ଚୟନ କରାଯାଇଛି । ପୂଜାକୁ ଭବ୍ଯ ଓ ଶୃଙ୍ଖଳିତ କରିବା ପାଇଁ ଏହି ସଭାରେ ବିଶଦ ଆଲୋଚନା କରାଯାଇଛି । ସେହିପରି କମିଟିର ଉପଦେଷ୍ଟା ମଣ୍ତଳୀରେ ବୈଶମ୍ପାୟନ ମେହେର, ତୁଳସୀରାମ ମେହେର, ଚତୁର୍ଭୁଜ ମେହେର, ତପେଶ୍ବର ମେହେର, ନବୀନ ଚନ୍ଦ୍ର ମେହେର, ଲୋକନାଥ ମେହେର, ପରମେଶ୍ବର ମେହେର, ଚତୁର୍ଭୁଜ ମେହେର, ଉଦ୍ଧବ ମେହେର, ବୈଷ୍ଣବ ମେହେର,ତରୁଣ କୁମାର ମେହେର ରହିଛନ୍ତି । କର୍ତ୍ତା ଭାବରେ ଉଗ୍ରେସନ ମେହେର ଓ ତାଙ୍କ ଧର୍ମପତ୍ନୀଙ୍କୁ ଚୟନ କରାଯାଇଛି । ସେହିପରି ଆଗାମୀ ୨୦୨୭ରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀର ସଂଯୋଜକ ଭାବରେ ଚତୁର୍ଭୁଜ ମେହେର, ବୈଷ୍ଣବ ମେହେର ଓ ତରୁଣ ମେହେରଙ୍କୁ ମନୋନିତ କରାଯାଇଥିଲା ।
ଅନ୍ଯମାନଙ୍କ ମଧ୍ଯରେ ସଭାରେ ମୁରଳୀଧର ମେହେର, ବନମାଳି ମେହେର, ପ୍ରଦ୍ଯୁମ୍ନ ମେହେର, ପ୍ରଦୀପ ମେହେର, ହାଡ଼ୁରାମ ମେହେର, ବୈବସୁତ ମେହେର, ନୀଳାଞ୍ଚଲ ମେହେର, କୄଷ୍ଣରାମ ମେହେର, ନିତିଶ ମେହେର, ନୂତନ, ତିଳେଶ୍ବର, ତ୍ରିବିକ୍ରମ, ବୁଦ୍ଧଦେବ, ପରମେଶ୍ବର, ଶଙ୍କର, ପ୍ରଭାତ, ଜଗମୋହନ, ଚନ୍ଦ୍ର ଶେଖର, ଓମପ୍ରସାଦ, ସୋହନ, ମନୋରଞ୍ଜନ, ରାକେଶ, ଆୟୁଷ, ହିମାଂଶୁ, ଚନ୍ଦନ, ନରେଶ, କିଶନଲାଲ, ଚଂଦ୍ରଧ୍ୱଜ, ଘନଶ୍ଯାମ ପ୍ରମୁଖ ଉପସ୍ଥିତ ଥିଲେ ।
ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
145