51

ନୂଆପଡ଼ା – ୪/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ । ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ବେଶ୍ ଉତ୍ସାହୀ ତୃତୀୟ ଲିଙ୍ଗୀ ମାନେ । ଏହି ନିର୍ବାଚନ ମଣ୍ଡଳୀରେ ଏଭଳି ୨୧ ଜଣ ଭୋଟର୍ ନାମ ପଞ୍ଜିକୃତ କରିଛନ୍ତି l ଆସନ୍ତା ଉପନିର୍ବାଚନରେ ସେମାନେ ସମସ୍ତେ ତ ନିଶ୍ଚିତ ଭୋଟ ଦେବେ ଏହା ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର୍ ମତଦାନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ତୃତୀୟ ଲିଙ୍ଗୀ ଜୁଲି ମାଝୀ,ରୋଜି ୟାଦବ ଓ ରଙ୍ଗିଲା ଯାଦବ ପ୍ରମୁଖ ଅନୁରୋଧ କରୁଛନ୍ତି l ସୂଚନାଯୋଗ୍ୟ ଯେ ଆସନ୍ତା ଉପ ନିର୍ବାଚନରେ ମତଦାନ ପାଇଁ ୧,୨୪,୫୪୪ ଜଣ ମହିଳା, ୧,୨୯,୯୩୨ ଜଣ ପୁରୁଷ ଙ୍କ ସହିତ ୨୧ ଜଣ ତୃତୀୟ ଲିଙ୍ଗୀ ନାମ ପଞ୍ଜିକୃତ କରିଛନ୍ତି ।
