Home ରାଜ୍ୟସିନାପାଲି : ବୁଲା କୁକୁରଙ୍କ ପ୍ରାଦୁର୍ଭାବ,ଫାଇଲ ରେ ସରକାରୀ ଯୋଜନା

ସିନାପାଲି : ବୁଲା କୁକୁରଙ୍କ ପ୍ରାଦୁର୍ଭାବ,ଫାଇଲ ରେ ସରକାରୀ ଯୋଜନା

by Maraguda Express
0 comments

ସିନାପାଲି ୮/୮- (ଗୟାରାମ ମେହେର) ସିନାପାଲି ରେ କିଛି ମାସର ନୀରବତା ପରେ ପୁଣି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦେଖାଦେଇଛି । ସିନାପାଲି ର ବ୍ଳକଛକ, ଯୁଗେନ ଛକ, ବସଷ୍ଟାଣ୍ଡ ଛକ, ଡେଲି ମାର୍କେଟ ଛକ, ଜଗନ୍ନାଥ ଛକ,ରାବଣ ଛକ, ଗାୟତ୍ରୀ ଛକ,ରାମ ଛକ,ଆଦି ଅଞ୍ଚଳରେ ବୁଲା କୁକୁରଙ୍କର ଦଳ ଦଳ ହୋଇ ଚଲାବୁଲା କରୁଛନ୍ତି ବିଭିନ୍ନ ରାସ୍ତା ଦେଇ ଯାଉଥିବା ଲୋକ, ଶିଶୁଙ୍କୁ ଆକ୍ରମଣ କରୁଥିବା ଦେଖ‌ିବାକୁ ମିଳୁଛି। ଏହାକୁ ନେଇ ସିନାପାଲି ବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖା ଦେଉଛିବ। ବୁଲା କୁକୁରଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ୨୦୦୧ ରୁ ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଯୋଜନା ସରକାରି ବାବୁ ଙ୍କ ଫାଇଲ ରେ ବନ୍ଧା ହୋଇ ରହିଛି। କିଛି ଦିନ ତଳେ ସିନାପାଲି ବ୍ଲକ ସିକାବାହାଲ ର ମଙ୍ଗଳବାରି ମହରା (୯୫)ଙ୍କୁ କୁକୁର କାମୁଡି ଥିବା ବେଳେ ସେ ୧୦ କିଲୋମିଟର ଚାଲି ଚାଲି ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସି ଇଞ୍ଜେକ୍ସନ ନେଇଥିଲେ । ସନ୍ଧ୍ୟା ପରେ ସିନାପାଲି ସହରର ବିଭିନ୍ନ ରାସ୍ତା ଉପରକୁ ହଠାତ କୁକୁର ଦୌଡ଼ି ଆସୁଥୁବାରୁ ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏକାକି ଯାତାୟାତ କରିବାକୁ ଭୟ କରୁଥିବା ଦେଖାଯାଇଛି। ବୁଲା କୁକୁର ଜଳଖିଆ ଦୋକାନ, ଚା’ ଦୋକାନ ଆଦି ସ୍ଥାନରେ ଦଳଦଳ ହୋଇ ଜମା ହେଉଥିବାରୁ ଲୋକେ ଏଭଳି ଦୋକାନକୁ ଯିବାକୁ ଭୟ କରୁଛନ୍ତି। ପ୍ରତ୍ୟେକ ଦିନ କୁକୁର କାମୁଡା ଘଟଣା ସିନାପାଲି ବ୍ଲକ ର ବିଭିନ୍ନ ଅଞ୍ଚଳରେ ଘଟୁଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିରବତା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। କିଛି ମାସ ଧରି ବୁଲା କୁକୁର ମାନେ କୁଆଡେ ଉଭାନ ହୋଇଯାଇ କିଛି ଦିନ ହେଲା ପୁଣି ସେମାନଙ୍କର ଆବିର୍ଭାବ ଚିନ୍ତାର କାରଣ ପାଲଟିଛି ବୁଲା କୁକୁର ଙ୍କ ପ୍ରାଦୁର୍ଭାବ ନେଇ ଶିଶୁ ସହ ବୟସ୍କ ଚାଲିଯିବା କଷ୍ଟକର ହୋଇ ପଡ଼ିଛି ସକାଳ ଓ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ ଚାଲି ଚାଲି ସ୍କୁଲ,ଟ୍ୟୁସନ କିମ୍ବା କୋଚିଙ୍ଗ ଯିବା ଏକ ପ୍ରକାର ବନ୍ଦ ହୋଇଗଲାଣି । ସିନାପାଲି ର ବିଭିନ୍ନ ରାସ୍ତାରେ ଆଲୋକ ବ୍ୟବସ୍ଥା ବନ୍ଦ ରହିଥିବାରୁ ବୁଲା କୁକୁର ସହ ଗାଈଗୋରୁଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ଫଳରେ ସେସବୁ ରାସ୍ତାରେ ଲୋକେ ସନ୍ଧ୍ୟା ପରେ ଯାତାୟାତ କରିବାକୁ ଅସୁରକ୍ଷିତ ମନେ କରୁଛନ୍ତି। କିଛି ଲୋକ ଟ୍ରକ ରେ ବାହାର ରାଜ୍ୟ ରୁ ବୁଲା କୁକୁର ଆଣି ସିନାପାଲି ରେ ଛାଡୁଥିବା ଖବର ମଧ୍ୟ ଚର୍ଚ୍ଚା ହେଉଛି । ସହରାଞ୍ଚଳ ରେ ବୁଲା କୁକୁର ଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ସରକାର ୨୦୦୧ରେ ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯୋଜନାରେ ବୁଲା କୁକୁର କାମୁଡା ବା ଜଳାନ୍ତକ ରୋଗରୁ ରକ୍ଷା ପାଇଁ ବୁଲା କୁକୁରଙ୍କ ବନ୍ଧ୍ୟା କରଣ ସହ ପ୍ରତିଷେଧକ ଟିକା ବ୍ୟବସ୍ଥା ରହିଛି। କିନ୍ତୁ ୨୦୨୩ ରେ ଯୋଜନାରେ କିଛି ପରିବର୍ତନ କରାଯାଉଛି । ୨୦୨୩ ଯୋଜନାରେ ବୁଲା କୁକୁରଙ୍କୁ ଧରି ପ୍ରତିଷେଧକ ଟୀକା ଦେଇ ଶରୀର ସ୍ୱାଭାବିକ କରିବା ପରେ ଛାଡି ଦେବାକୁ କୁହାଯାଇଛି । ପ୍ରତିଷେଧକ ଟୀକା ନେଇଥିବା କୁକୁର ଲୋକଙ୍କୁ କାମୁଡିରେ ଜଳାନ୍ତକ ରୋଗ ହେବା ସମ୍ଭାବନା ବହୁତ କମ ରହିଥିବାରୁ ଏଭଳି ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ହେଲେ ଗ୍ରାମାଞ୍ଚଳ ପାଇଁ କିଛି ସୁବିଧା ନ ଥିବାରୁ ଲୋକେ ନାହିଁନଥିବା ର ସମ୍ମୁଖୀନ ହେଉଛନ୍ତି। ଖାଲି ସହରାଞ୍ଚଳ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଭଳି ବଡ ସହରରେ ଯୋଜନା କାର୍ଯ୍ୟକାରି ହେଉଛି। ଏହା ପାଇଁ ଯୋଜନା ସରକାରୀ ବାବୁଙ୍କ ଅଲମିରାରେ ରହି ଅଳନ୍ଧୁ ଖାଉଛି । ଏହି ବିଷୟରେ ସିନାପାଲି ପଶୁ ଚିକିତ୍ସକ କୃଷ୍ଣଚଦ୍ର ମଲ୍ଲିକ
କୁ ପଚାରିବାରୁ ଆମ ପାଖରେ ଏବେ ଭେକ୍ସିନ ନାହିଁ କିମ୍ବା ସ୍କ୍ୱାଡ଼ପାଟି ବି ଦିଆଯାଇ ନାହିଁ, ଆମକୁ ସରକାର ତାହା ଯୋଗାଇ ଦେଲେ ବା କୁକୁର କୁ ଲୋକେ ଧରିକି ଆଣିଲେ ଭେକ୍ସିନ ଦେବା ଓ ଏହା କେବଳ ସହରାଞ୍ଚଳ ରେ କାର୍ଯ୍ୟ କାରି ହୋଉଛି ବୋଲି ପ୍ରକାଶ କରିଥିଲେ । ତୁରନ୍ତ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ସରକାର ଗ୍ରାମାଞ୍ଚଳ ରେ ମଧ୍ୟ ସ୍କ୍ୱାଡ଼ଦଳ ଗଠନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha