Home ରାଜ୍ୟସିନାପାଲି ବ୍ଲକ ଘଣ୍ଟିଗୁଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ସିନାପାଲି ବ୍ଲକ ଘଣ୍ଟିଗୁଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ

by Maraguda Express
0 comments

ସିନାପାଲି ବ୍ଲକ ଘଣ୍ଟିଗୁଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ→
ନୁଆପଡ଼ା -୩୦/୬
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଘଣ୍ଟିଗୁଡା ଗ୍ରାମ ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ବିଡ଼ିଓ କାର୍ମୀ ଓରାମ, ସ୍ଥାନୀୟ ସରପଞ୍ଚ ଖୁଟୁରାମ ସୁନାନୀ, ସମିତି ସଭ୍ଯା ଲଲିତା ସୁନାନୀ
ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ lଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା , ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ , ଜିଲ୍ଳା କୃଷି ଅଧିକାରୀ ପ୍ରଦୀପ ନାୟକ, ଓ ଏସ୍ ଡି ସୀତାରାମ ମେହେର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ମହିଳା ଏଵଂ ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। lସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଏହି ପଞ୍ଚାୟତର କୌଣସି ବି ପୁରୁଷ କିମ୍ବା ମହିଳା ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଆନ୍ତୁ ନାହିଁ l ନିଜ ଗାଁ ମାଟିରେ ରହି ମନରେଗା ଯୋଜନାରେ କାମ କରି ସବୁ ଶ୍ରମିକ ପରିବାର ଲକ୍ଷପତି ହୁଅନ୍ତୁ l ଚାଷୀ ଭାଇ ଭଉଣୀ ମାନେ ଉନ୍ନତ ପ୍ରଣାଳୀରେ ଚାଷ କରନ୍ତୁ l ଜାଗା ନାହିଁ ଯାହାର, ଛତୁ ଚାଷ ତାହାର l ଏସବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବେ l ଯେଉଁମାନେ ଏ ବର୍ଷ ଦାଦନ ଯାଇଛନ୍ତି, ସେମାନେ ଆଉଥରେ ନ ଯିବା ପାଇଁ ସଂକଳ୍ପ ନିଅନ୍ତୁ l ଆମେ ସମସ୍ତେ ମିଶି ଘଣ୍ଟିଗୁଡା ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ଓ ପ୍ଲାଷ୍ଟିକ୍ ମୁକ୍ତ କରି ପାରିବା ବୋଲି କହିଥିଲେ lଶେଷରେ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ ।ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଏ ସି ଏଫ୍, ଏମ୍ ଏମ୍ ସାଲିହା ଓ ସମସ୍ତ ଅତିଥି ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ମାଟି ପାତ୍ରରେ ଜଳଦାନ କରିବା ସହିତ ବୃକ୍ଷ ରୋପଣ କରିଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha