
ନୂଆପଡ଼ା -୧୬/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋମିଟର ଦୂର ସ୍ଥିତ ନେସନାଲ ମହାବିଦ୍ୟାଳୟ ଠାରେ ହିନ୍ଦୀ ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇ ଯାଇଛି। ହିନ୍ଦୀ ଆମ ରାଷ୍ଟ୍ର ଭାଷା, ହିନ୍ଦୀ କୁ ସମ୍ମାନ ଦେବା ପାଇଁ ଏ ପକ୍ଷ ଆୟୋଜନ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ପ୍ରସିଦ୍ଧ ମୁଖ୍ୟ ଅତିଥି କବି ରାକେଶ ଜୈନଙ୍କୁ ନିମନ୍ତ୍ରଣ କରାଯାଇ ଥିଲା। ସେ ବିଭିନ୍ନ କବିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଭାଷା ପ୍ରତି ଉତ୍ସାହିତ କରି ହିନ୍ଦୀ ଭାଷା ର ମହାନୀୟତା ବିଷୟ ରେ ବୁଝାଇ ଥିଲେ। ଏ ଅବସର ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ ସାହୁ, ପ୍ରଫେସର ବିଧାନ ମିଶ୍ର, ପ୍ରକାଶ ସାହୁ, କୋମଲ ଲାଲ ଚନ୍ଦ୍ରକାର, ବିଭାଗ ମୁଖ୍ୟ ଜଗନ୍ନାଥ ମେହେର। ସଭା ପରିଚାଳନା କରିଥିଲେ ଶିକ୍ଷକ ବିଶ୍ୱଜିତ କାଲତା , ଶିକ୍ଷୟିତ୍ରୀ ନମ୍ରତା ତ୍ରିପାଠି ଏହି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଭାଗ ମୁଖ୍ୟ ଜଗନ୍ନାଥ ଶିକ୍ଷକ ଶୁକଦେବ ଭିଲ, ହେମଲ ସା, ରଞ୍ଜିତ ନାୟକ, ଲିଙ୍ଗରାଜ ବିଶି, ଯଶୋବନ୍ତ ଭୋଇ, ଶିକ୍ଷୟିତ୍ରୀ ଆଶା ମେହେର, ମେରୀ ଆଶା ଟୋପୋ ଇତ୍ୟାଦି ଏଥିରେ ଯୋଗ ଦେଇ ଏହି ସଭାକୁ ସଫଳ କରିଥିଲେ।ବିଭାଗ ମୁଖ୍ୟ ଜଗନ୍ନାଥ ମେହେର ଅତିଥିମାନଙ୍କୁ ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ନେସନାଲ ମହାବିଦ୍ୟାଳୟ ରେ ହିନ୍ଦୀ ପକ୍ଷ ପାଳିତ।
57