
ନୂଆପଡ଼ା -୨୨/୭ (ସୁରେନ୍ଦ୍ର ତିୱାରୀ) ପବିତ୍ର ଶ୍ରାବଣ ମାସରେ ବୋଲବମ ଭକ୍ତ ମାନଙ୍କ ସହଯୋଗ ନିମନ୍ତେ ସିନାପାଲି ଯୁଗେନପଦର ଠାରେ କାୱାରିୟା (କାଉଡ଼ିଆ) ଶିବିରର ଆୟୋଜନ କରାଯାଇଛି । ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ ଓ ଅଗ୍ରସେନ ଭବନ କମିଟି ଏହି ଶିବିରର ପରିଚାଳନା କରୁଥିବା ବେଳେ ଏହି ମାସର ପ୍ରତ୍ଯେକ ଶନିବାର ଓ ରବିବାର ବିଭିନ୍ନ ସ୍ଥାନରୁ ଆସୁଥିବା ବୋଲବମ ଭକ୍ତଙ୍କ ପାଇଁ ଅନ୍ନଭୋଗ ଓ ରହଣି ବ୍ଯବସ୍ଥା କରାଯାଇଛି । ସମାଜସେବୀ ନାନକ ଚନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରର ପରିଚାଳନାରେ ରାଜେଶ ଅଗ୍ରୱାଲ, ହରି ଓମ୍ ଜିନ୍ଦଲ, ହୀରାଲାଲ ଅଗ୍ରୱାଲ, ଗଣେଶ କୁମାର ଅଗ୍ରୱାଲ, ରାଜେଶ୍ କୁମାର ଅଗ୍ରୱାଲ, ଦିନେଶ କୁମାର ଅଗ୍ରୱାଲ ପ୍ରମୁଖ ସହଯୋଗ କରୁଛନ୍ତି । ଶିବିରରେ ପ୍ରେସ କ୍ଲବ ସଭାପତି ଅଜିତ କୁମାର ଯୋଷୀ, ସମାଜସେବୀ ଲମ୍ବୋଦର ମାଝୀ, ଦିଲୀପ କୁମାର ସେଠୀ, ମହେଶ୍ଵର ମେହେର, ମଧୁ କୁମାର ପାତ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଭଳି ଆୟୋଜନ କୁ ଅଞ୍ଚଳରେ ପ୍ରଶଂସା କରାଯାଇଛି ।
ସିନାପାଲି ରେ କାୱାରିୟା ଶିବିର।
133
previous post