198


ନୂଆପଡ଼ା -୨୪/୭(ସୁରେନ୍ଦ୍ର ତିୱାରୀ) ଗତ ରାତ୍ରୀ ରୁ ପଶ୍ଚିମ ଓଡ଼ିଶାରେ ନିରନ୍ତର ମୌସୁମୀ ବର୍ଷା ତୁହା କୁ ତୁହା ଲାଗି ରହି ତାଣ୍ଡବ ସୃଷ୍ଟି କରିଛି । ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ତେତେଲଖୁଟି ପୋଲଧୋଇଯାଇଛି, ଯାହା ପ୍ରଭାବରେ କୋମନା ବ୍ଲକର ସୁନାବେଡା ଏବଂ ଗାତିବେଡା ଭଳି ପ୍ରମୁଖ ଗ୍ରାମ ମଧ୍ୟରେ ଗ୍ରାମ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ସନବାହେଲି, ଢେକୁଁନପାନି, ଭାଓସିଲ, ଦେଓସିଲ ଓ ଛିନମୁଣ୍ଡି ଭଳି ୧୦ ଟି ରୁ ଉର୍ଦ୍ଧ ଗ୍ରାମ ସୁନାବେଡ଼ା ଠାରୁ ବିଚ୍ଛିନ୍ନ ହୋଇପଡ଼ିଛି।ଗଲା ବୁଧବାର ବିଳମ୍ବିତ ରାତିରେ ଏହି ପୋଲ ଭୁଶୁଡ଼ି ପଡ଼ିବା ଫଳରେ ସ୍ଥାନୀୟ ବାସିନ୍ଦା ଫସି ରହିଛନ୍ତି । ବିକଳ୍ପ ରାସ୍ତା ଓ ପାଣି କମି ନଥିବା ହେତୁ ପ୍ରଶାସନ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିନାହାଁନ୍ତି।