

ନୂଆପଡ଼ା -୨୨/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ପଞ୍ଚାୟତ ରେ ସ୍ବଚ୍ଛତା ପକ୍ଷ ପାଳନ ହୋଇଯାଇଛି। ଏ ଅବସର ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ ଓ ଅନ୍ୟାନ୍ୟ ଅଧିକାରୀ ଲୋକଙ୍କ ଦ୍ଵାର ଦେଶ କୁ ଘର କୁ ଘର ଯାଇ ସ୍ବଚ୍ଛତା ର ବାର୍ତ୍ତା ଦେବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନ କରିଥିଲେ ଓ ଆସନ୍ତା ପାର୍ବଣ ଋତୁ ରେ ସୁନାବେଡ଼ା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଯାତ୍ରା ରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଯେପରି ବ୍ୟବହାର ନହୁଏ ସେଥିପ୍ରତି ସଜାଗ ରହି ପଲିଥିନ ମୁକ୍ତ ଅଞ୍ଚଳ କରିବାକୁ ଅନୁରୋଧ କରିଥଲେ। ଆଶ୍ରମ ବିଦ୍ୟାଳୟ ଠାରୁ ମାଁ ସୁନା ଦେଇଙ୍କ ମନ୍ଦିର ପର୍ଯ୍ୟନ୍ତ ସ୍ବଚ୍ଛତା ସଫେଇ କରି ଅଳିଆ ଆବର୍ଜ୍ଜନା ସହ ପ୍ଲାଷ୍ଟିକ ଗୋଟାଇ ଥିଲେ। ସ୍ବଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ବାର୍ତ୍ତା ଦେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏ ଅବସର ରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ, ବିଡ଼ିଓ ସର୍ବେଶ୍ଵର ଜାଲ, ଜିଲ୍ଲା ପରିମଳ ଅଧିକାରୀ, ସରପଞ୍ଚ ରଜନୀ ଜଗତ, ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝି, , ବି ପି ଏମ,ଏମ ବି କେ, ସିଆରପି, ଜିଆରଏସ ପ୍ରମୁଖ ଉପରୋକ୍ତ ଜନ ସଚେତନତା କାର୍ଯ୍ଯକ୍ରମ ରେ ଯୋଗଦେଇଥିଲେ ଓ ଜନ ସାଧାରଣଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପାଇଁ ଅନୁରୋଧ କରିଥିଲେ।
