93

ନୂଆପଡ଼ା- ୨୨/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ କାର୍ଯ୍ୟରତ ଫରେଷ୍ଟର ଖଗେଶ୍ୱର ମାଝୀ ଭବାନୀପାଟଣା ଠାରେ ଆୟୋଜିତ ବନ ବିଭାଗର ଜୋନାଲ ସ୍ତରୀୟ ଖେଳ କୁଦରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ଇଭେଣ୍ଟ ରେ ୫ ଟି ଗୋଲ୍ଡ ମେଡାଲ ପ୍ରାପ୍ତ କରି ନୂଆପଡ଼ା ଜିଲ୍ଲାର ମାନ ସମ୍ମାନ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ସେ ବିଭିନ୍ନ ସ୍ଥାନ ରେ ଆୟୋଜିତ ନେସନାଲ ସ୍ପୋର୍ଟସ ମୀଟ ମାନଙ୍କରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିବା ନଜିର ରହିଛି। ଡିଏଫଓ ଅଜିଜ ଖାନ ଙ୍କ କ୍ରୀଡା ପ୍ରତି ଅନୁରାଗ, ପ୍ରେରଣା ଓ ମାର୍ଗଦର୍ଶନ ଫରେଷ୍ଟର ଶ୍ରୀ ମାଝିଙ୍କୁ ଆହୁରି ଉତ୍ସାହିତ କରି ଖୋରାକ ଯୋଗାଇଛି। ଆସନ୍ତା ସମୟରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଳ କୁଦରେ ପୁନଃର୍ବାର ଭଲ ପ୍ରଦର୍ଶନ କରି ଜିଲ୍ଲାର ନାମ ରଖିବେ ବୋଲି ଶ୍ରୀ ମାଝି ଆଶା ପ୍ରକାଶ କରିଛନ୍ତି। ଫରେଷ୍ଟର ଶ୍ରୀ ମାଝି ଙ୍କ ଏତାଦୃଶ ସଫଳତା ରେ ବନ ବିଭାଗ ସହ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି।