3
ନୂଆପଡ଼ା -୧୩/୪- ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା। ଢେକୁନପାନି ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ସିଆରପିଏଫ୍ ୨୧୬ ବାଟାଲିୟନ ଏକ ମାଓ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବହୁ ପରିମାଣର ବିସ୍ଫୋଟକ ସାମଗ୍ରୀ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷା ବାହିନୀ ଢେକୁନପାନି ଗ୍ରାମ ନିକଟସ୍ଥ ଘଞ୍ଚ ଜଙ୍ଗଲରେ କୁମ୍ବିଂ ଅପରେସନକୁ ଜୋରଦାର କରିଥିଲେ। ଏହି ସ୍ୱତନ୍ତ୍ର ଅଭିଯାନରେ ସନ୍ଧାନୀ କୁକୁରମାନଙ୍କ ସହାୟତା ନିଆଯାଇଥିଲା। କୁକୁରମାନଙ୍କ ସଠିକ୍ ସନ୍ଧାନ ଯୋଗୁଁ ମାଓବାଦୀମାନେ ଲୁଚାଇ ରଖିଥିବା କ୍ୟାମ୍ପଟିକୁ ଠାବ କରାଯାଇଥିଲା।
“ମାଓବାଦୀମାନେ କୌଣସି ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଏହି ବିସ୍ଫୋଟକଗୁଡ଼ିକୁ ଗଚ୍ଛିତ ରଖିଥିବା ଅନୁମାନ କରାଯାଉଛି। ସଠିକ୍ ସମୟରେ ଏହାକୁ ଜବତ କରାଯାଇଥିବାରୁ ଏକ ବଡ଼ ବିପଦକୁ ଏଡ଼ାଇ ଦିଆଯାଇପାରିଛି।”