
ନୂଆପଡ଼ା -୨୨/୭ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷ ରୁ ଏକତା ଛକ ଠାରେ ଆଜି ସନ୍ଧ୍ୟା ରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ଅଭିଯୋଗ ରେ ଅଭିଯୁକ୍ତ ଉଦିତ ପ୍ରଧାନଙ୍କ କୁତ୍ସିତ କାର୍ଯ୍ୟ ବିରୋଧରେ କୁଶପୁତ୍ତଳିକା ଦାହ ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ଜାତୀୟ କଂଗ୍ରେସ ତୁଙ୍ଗ ନେତା ରାହୁଲ ଗାନ୍ଧୀ,ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛନ୍ତି। ବିଜେପି ଜିଲ୍ଲା ସଭାପତି କମଲେଶ ଦିକ୍ଷୀତଙ୍କ ନେତୃତ୍ୱ ରେ ଆୟୋଜିତ ଉପରୋକ୍ତ ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା କୋଷାଧ୍ୟକ୍ଷ ସୁଶାନ୍ତ ପତି, ଜିଲ୍ଲା ସମ୍ପାଦକ ତୁଲସ ପଟେଲ, ମିଡ଼ିଆ ପ୍ରଭାରୀ ସଦାନନ୍ଦ ଯୋଷି, ମନିସ ତିୱାରୀ,ମାନସ ରଥ, ଶତୃଘ୍ନ ସ୍ୱାଇଁ,ସୁନିଲ ସାହୁ, ଗୋବିନ୍ଦ ଦଣ୍ଡସେନା, ନିର୍ମଳ ଅହିର, ଭକ୍ତ ରଣା, ସିବୁ ହୋତା, ମନୋଜ ସାହୁ, ରଞ୍ଜିତ ଦଣ୍ଡସେନା, ଅଭିଷେକ ପଣ୍ଡା, ଆଲୋକ ଧଳ, ରାଜୁ ସାହୁ, ବିରବଲ ସାହୁ, ସରୋଜ ଜଗତ, ଅର୍ଜୁନ ଜଗତ, ଚନ୍ଦନ ସାମନ୍ତ, ଟିକୁ ସାହୁ, ଦେବାଶିଷ ରଣା, ସହଦେବ ପ୍ରଧାନ ଓ ଲୋଚନ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆପଡ଼ା ବିଜେପି ଯୁବମୋର୍ଚ୍ଚା ଦ୍ଵାରା ଦୁଷ୍କର୍ମକାରୀ ରାଜ୍ୟ ଛାତ୍ର କଂଗ୍ରେସର ସଭାପତିଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ।
335