48
ଉଲ୍ଲେଖନୀୟ ଯେ, ଆସନ୍ତା ୦୧ ରୁ ୦୫ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ନୂଆପଡ଼ାର ନେସନାଲ ମହାବିଦ୍ୟାଳୟ ପଡ଼ିଆଠାରେ ମାରାଗୁଡ଼ା ଲୋକମହୋତ୍ସବ, ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ ବୌଦ୍ଧିକ ଚର୍ଚ୍ଚା ଆୟୋଜିତ ହେବ । ଏହି ମହୋତ୍ସବ ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ନୂଆପଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ।
ନୂଆପଡ଼ା -୧୨/୩(ସବ୍ୟୁ) ନୂଆପଡା ଜିଲ୍ଲାର ଇତିହାସ ଐତିହ୍ୟ ଲୋକକଳା ଓ ସଂସ୍କୃତି ର ମହାପାର୍ବଣ ” ମାରାଗୁଡ଼ା ଲୋକମହୋତ୍ସବ–୨୦୨୬”ର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଚାର ଫର୍ଦ୍ଦ (ପୋଷ୍ଟର) ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ଵରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ କମିଟିର ସଦସ୍ୟମାନଙ୍କ ଦ୍ୱାରା ଏହି ପୋଷ୍ଟର ଉନ୍ମୋଚନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ୍ ସିଂ, କମିଟି ସଦସ୍ୟ ତଥା ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ ପାଢ଼ୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ବାର୍ ଆସୋସିଏସନ୍ ସଭାପତି କ୍ଷିତିଶ ଅଶୋକ ବୋଧନକର, ଉପ ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, କ୍ରୀଡାବିତ୍ ସରୋଜ ସାହୁ,