Home ରାଜ୍ୟସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ଦାସଙ୍କ ନୂଆପଡା ଜିଲ୍ଲା ଗସ୍ତ 

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ଦାସଙ୍କ ନୂଆପଡା ଜିଲ୍ଲା ଗସ୍ତ 

by Maraguda Express
0 comments

ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ)
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ, ଉତ୍ତରାଞ୍ଚଳ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସ ନୂଆପଡା ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ବିଭାଗୀୟ କର୍ମଚାରୀ ଉର୍ମିଳା କୁଣ୍ଡୁ ଓ ରାଜେଶ ରଞ୍ଜନ ବହିଦାର କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରୀମତୀ ଦାସଙ୍କୁ ଭବ୍ୟ ସ୍ଵାଗତ କରିଥିଲେ l ଏହି ଅବସରରେ ସେ କାର୍ଯ୍ୟାଳୟର ସମସ୍ତ ରେଜିଷ୍ଟର୍, କେଶ୍ ବୁକସ, ଷ୍ଟକ୍ ଷ୍ଟୋର ଇତ୍ୟାଦି ଯାଞ୍ଚ କରିଥିଲେ l ବିଭାଗୀୟ କାର୍ଯ୍ୟାବଳୀ, ଜିଲ୍ଲାର ଉଭୟ ସୂଚନା କେନ୍ଦ୍ର ଓ ପାଠାଗାର ତଥା ସାମ୍ବାଦିକ ମାନଙ୍କ ସମସ୍ତ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha