25
୧୯ ତମ ରୋୟଳ କପ କ୍ରିକେଟ ଚମ୍ପିୟାନସିପ ଉଦଘାଟିତ।
previous post

ନୂଆପଡା- ୧୩/୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା ୧୯ ତମ ରୋୟଳ କପ କ୍ରିକେଟ ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି। ଏହି ପ୍ରତୀଯୋଗିତା ରେ ନୂଆପଡା ଜିଲ୍ଲା ର ବଛା ବଛା ୧୬ ଗୋଟି ଦଳ ଭାଗ ନେଇଛନ୍ତି। ଆଜିର ପ୍ରଥମ ମ୍ୟାଚ ଜଡ଼ାମୁଣ୍ଡା ଓ ଘୋଟସର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।
ଘୋଟସର ଦଳ ଟଜ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର ରେ ୧୦ ୱିକେଟ ହରାଇ ୭୩ ରନ ସଂଗ୍ରହ କରିଥିଲେ ଫଳରେ ଜଡ଼ାମୁଣ୍ଡା ଦଳ ୮ ଓଭର ରେ ୩ ୱିକେଟ ହରାଇ ୭୩ ସଂଗ୍ରହ କରି ବିଜୟ ହୋଇଥିଲେ. ଦିନର ଦ୍ଵିତୀୟ ମ୍ୟାଚ ମାନିଗୁଡା ଓ ଭେଳା ମଧ୍ୟରେ ଖେଳ ହୋଇଥିଲା ।
ଭେଳା ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ୱିକେଟ ହରାଇ ୬୫ ର ସଂଗ୍ରହ କରିଥିଲେ ଫଳରେ ମାନିଗୁଡା ବ୍ୟାଟିଙ୍ଗ କରି ୯ ଓଭର ୩ ବଳ ରେ ୬୬ ର ସଂଗ୍ରହ କରି ବିଜୟ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବନୀ ରଞ୍ଜନ ଯୋଶୀ ଜିଲ୍ଲା ପରିଷଦ ସଭ୍ୟ, ସମ୍ମାନିତ ଅତିଥି ଯୋଗେନ୍ଦ୍ର ବାଗ ସରପଞ୍ଚ ମାନିଗୁଡା ଗ୍ରା. ପ, ଘନଶ୍ୟାମ ଭୋଇ ଜାନ୍ ର ସଭାପତି ନୂଆପଡ଼ା, ପିତାମ୍ବର ଅଦା ଗନିଆରୀ ୱାର୍ଡ ସଭ୍ୟ, ପରମେଶ୍ୱର ହଂସ ପ୍ରମୁଖ ଯୋଗଦାନ କରିଥିଲେ. ଖେଳ ପରିଚାଳନା ସହଦେଵ ଥପା ଓ ପ୍ରତାପ ହଂସ, ଧାରା ବିବରଣୀ ଟିକେଶ୍ୱର ହଂସ, ସ୍କୋରର ଦୀପକ ବାଗ, ରୋୟାଲ କ୍ଳବ ସଦସ୍ୟ ଥୟରାମ ହଂସ, କୈଶପ ସଗରିଆ, ରୁଦ୍ରାକ୍ଷର ହଂସ, କୁନାଲ ବାଗ, ନିକୁ ବାଗ, ଧ୍ରୁବ ହଂସ, ଶାବନ ହୋତା,ଚିକୁ ବାଗ, ପ୍ରମୁଖ ସହଯୋଗ କରିଥିଲେ।



