ଭାରତୀୟ ଷ୍ଟେଟ ବ୍ୟାଙ୍କ ନୂଆପଡା ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର

by Maraguda Express
0 comments

ଭାରତୀୟ ଷ୍ଟେଟ ବ୍ୟାଙ୍କ ନୂଆପଡା ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ନୂଆପଡ଼ା -୨୨/୬ (ଏମ.ଇ) ଭାରତୀୟ ଷ୍ଟେଟବ୍ୟାଙ୍କର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନୂଆପଡ଼ା ଶାଖା ତରଫରୁ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶାଖା ମୁଖ୍ୟ ପ୍ରବନ୍ଧକ ଲିଙ୍କନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ା ରକ୍ତ ସଂଗ୍ରହ କେନ୍ଦ୍ରଠାରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦାନକରି ଏହାକୁ ଉଦ୍ଘାଟନ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଆର. ରାଘବେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡଃ ମନୋଜ ସାହୁ, ଡିପିଏମ ସତ୍ୟନାରାୟଣ ତ୍ରୀପାଠୀ,ବରିଷ୍ଠ ଆଇନଜୀବି ପ୍ରସନ୍ନ ପାଢ଼ୀ,ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଶିକ୍ଷକ ତଥା ରକ୍ତଦାତା କିଶୋର କୁମାର ପରିଡ଼ା ପ୍ରମୁଖ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ କହିଲେ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଅଭାବ ଦୂର କରିବା ପାଇଁ ନୂତନ ଯୁବ ରକ୍ତଦାତା ମାନେ ଆଗେଇ ଆସନ୍ତୁ l ଏହା ସହିତ ସେମାନେ ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତୁ । ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ବହୁ ସଂଖ୍ୟାରେ ସିକିଲ ସେଲ ରୋଗୀ ଥିବାରୁ ଏବଂ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ରକ୍ତର ଅଭାବ ଦୂର କରିବା ନିମିତ୍ତ ଜନସାଧାରଣ ଆଗେଇ ଆସି ରକ୍ତଦାନ କରନ୍ତୁ l ଷ୍ଟେଟ ବ୍ୟାଙ୍କର ଏହି ଉଦ୍ୟମକୁ ସେ ପ୍ରସଂଶା କରିଥିଲେ l ଆୟୋଜିତ ରକ୍ତଦାନ ଶିବିରରେ ବ୍ୟାଙ୍କର କର୍ମଚାରୀ ବୃନ୍ଦ, ସି ଆର୍ ପି ଏଫ୍ ଯୱାନ, ଛାତ୍ରଛାତ୍ରୀ, କର୍ମଚାରୀ, ସ୍ଵେଚ୍ଛାସେବୀ ନିୟମିତ ରକ୍ତଦାତା ପ୍ରଭୃତି ୩୮ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।ରକ୍ତଦାତା ମାନଙ୍କୁ ଜିଲ୍ଲାପାଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ପ୍ରଦତ୍ତ ମାନପତ୍ର ସହିତ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।ସଫଳତାର ସହ ଆୟୋଜିତ ଏହି ରକ୍ତଦାନ ଶିବିରରେ ଆବଶ୍ୟକ ସହାୟତା ରକ୍ତ ସଂଗ୍ରହ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ା ତରଫରୁ ପ୍ରଦାନ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha