Home ରାଜ୍ୟଆର୍ନ୍ତଜାତୀୟ ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ପାଳିତ

ଆର୍ନ୍ତଜାତୀୟ ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ପାଳିତ

by Maraguda Express
0 comments

ନୂଆପଡ଼ା – ୨୬/୬ (ଏମ .ଇ) ଖରିଆର ରୋଡ ସ୍ଥିତ କେ.ଜି.ଏନ୍ ସରାଇ ହଲ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ଆଜି ପାଳିତ ହୋଇ ଯାଇଛି । ଏହି ଅବସରରେ କେ.ଜି.ଏନ୍ ସରାଇ ହଲ୍ ନିକଟରେ ଏକ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଓ ସଚେତନତା ଶୋଭାଯାତ୍ରା ଏବଂ ଆଇନ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ନୂଆପଡ଼ା ଅବକାରୀ ନିରୀକ୍ଷକ ହୀରାବତୀ ଥାଟୀ, ଖରିଆର୍ ରୋଡ଼୍ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଜୋଙ୍କ୍ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଦିପ କୁମାର ଧରୁଆ, ସରକାରୀ ଓକିଲ ଓ ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ନ୍ୟାୟରକ୍ଷକ ଅନୁପ ଶର୍ମା, ସମାଜସେବୀ ନେହା ଡାଗା ଓ ପ୍ରାଧିକରଣର ଅଧିକାର ମିତ୍ରଗଣ (ଆଇନ ସ୍ୱେଚ୍ଛାସେବୀ) ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ନିଶାର ସମାଜ ଉପରେ ପଡୁଥିବା କୁପ୍ରଭାବ, ନିଶା ଦ୍ବାରା ପରିବାରେ ଉପୁଜୁଥିବା କଳହ,ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ, ନିଶାରୁ ମୁକ୍ତିର ଉପାୟ, ନାଲ୍ସା ନିଃଶୁଳ୍କ ହେଲ୍ପଲାଇନ ନମ୍ବର ୧୫୧୦୦ ଓ ମାଗଣା ଆଇନ ସେବା ବିଷୟରେ ବକ୍ତବ୍ୟ ଦେଇ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ, ନୂଆପଡ଼ା ଜିଲ୍ଲା ଏକକ ପ୍ଲାଷ୍ଟିକମୁକ୍ତ ଭାବେ ଘୋଷିତ ହୋଇଥିବାରୁ ପ୍ରାଧିକରଣ ଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନଙ୍କର ମିଳିତ ସହଯୋଗରେ ଏକ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା I
ସେହିପରି ଦିନର ପ୍ରାରମ୍ଭରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ନୂଆପଡ଼ା ସହରରେ ଏକ ଶୋଭାଯାତ୍ରା ଏବଂ ନିଶା ନିବାରଣ ବିଷୟରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାସ ରଇତ, ଅବକାରୀ ଅଧୀକ୍ଷକ ସଙ୍ଘମିତ୍ରା ପ୍ରଧାନ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ (ଆଇନ ସ୍ୱେଚ୍ଛାସେବୀ) ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha