ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ : ୨୮ ପ୍ୟାକେଟ ଜବତ,ସାତ ପୁରୁଷ ଓ ପାଞ୍ଚ ଜଣ ମହିଳା ଗିରଫ

by Maraguda Express
0 comments

ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ : ୨୮ ପ୍ୟାକେଟ ଜବତ,ସାତ ପୁରୁଷ ଓ ପାଞ୍ଚ ଜଣ ମହିଳା ଗିରଫ।                          ନୂଆପଡ଼ା – -୮/୭ (ସୁରେନ୍ଦ୍ର ତିୱାରୀ) ଗତ କାଲି ଜୋଙ୍କ ପୋଲିସ କୁ ବଡ଼ ସଫଳତା ମିଳିଛି। ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆଙ୍କୁ କାବୁ କରି ତାଙ୍କଠାରୁ ଗଞ୍ଜେଇ, ବ୍ୟବହୃତ କାର ମୋବାଇଲ, ଟଙ୍କା ଜବତ୍ ସହ ସାତ ପୁରୁଷ ଓ ପାଞ୍ଚ ଜଣ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବା ଆଜି ଆହୁତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ.ପି. ଗୁଣ୍ଡାଳା ରଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି। ଆନ୍ତଃ ରାଜ୍ୟ ମାଫିଆ ଙ୍କ ଠାରୁ ୩୮ କେଜି ୬୭୮ଗ୍ରାମ (୨୮ ପ୍ୟାକେଟ) ରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି। କାର ଯୋଗେ ମଧ୍ୟପ୍ରଦେଶ ରାଜ୍ୟ ବିଦିଶା ଜିଲ୍ଲା କୁ ନେଉଥିଲେ। ଗୋଟିଏ ଆଇ ଟେନ୍ କାର ଓଡ଼ି- ୦୫-ଜି ୩୯୧୧, ୪ଗୋଟି ମୋବାଇଲ ଫୋନ,୪ଟି ଆଧାରକାର୍ଡ,୨୭,୧୦୦/- ଟଙ୍କା ଜବତ କରାଯାଇଛି।ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ତରଞ୍ଜନ ତାଣ୍ଡି (୩୬) ଡ୍ରାଇଭର, ଜିନା ତାଣ୍ଡି (୩୪) ଉଭୟ କୋମନା ବ୍ଲକ ଜେଠୁପାଲି ଗ୍ରାମ ର ଅଟନ୍ତି, ଶଙ୍କର ରେଖୱାର,ସୁରେନ୍ଦ୍ର ପରିହାର, ଗଞ୍ଜବସୋଦା, ଜିଲ୍ଲା ବିଦିଶା (ମଧ୍ୟପ୍ରେଦେଶ) ଅଶୋକ ସୋଦ(୪୦) ସୁଜାଲପୁରମଣ୍ଡି, ଜିଲ୍ଲା ଶାଜାପୁର, ରାକେଶ ବଚକର (୨୦) ଶିବନଗର, ଲଖନ ଲାଲ (୪୮) ସୁଜାଲପୂର୍ ମଣ୍ଡି, ଭଗତ ସିଂହ (୬୫) ତଳୟା, ଭୋପାଳ, ବବଳି (୪୦)ସୁଜାଲପୁର ମଣ୍ଡି, ନିରାଶା (୩୫) ସୁଜାଲପୁର ମଣ୍ଡି, ମାଳତୀ ଭେଶକର (୫୦) ସୁଜାଲପୁର ମଣ୍ଡି, ମମତା ସୋଦ (୩୫) ସୁଜାଲପୁର ମଣ୍ଡି, ଏ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜୋଙ୍କ ପୋଲିସ୍ ଥାନା କେଶ ନମ୍ୱର-୧୪୫, ୮ ଜୁଲାଇ ୨୦୨୫, ଅଣ୍ଡର ସେକ୍ସନ ୧୧୧(୪) ବିଏନଏସ ଓ ଏନଡିପିଏସ ଆକ୍ଟ ୧୯୮୫ ରୁଜୁ କରାଯାଇଛି। ଏ ଅବସର ରେ ଜୋଙ୍କ ଥାନ ଆଇଆଇସି ପ୍ରଦୀପ କୁମାର ଧରୁଆ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha