Home ରାଜ୍ୟଜିଲ୍ଲା ର ବ୍ୟସ୍ତବହୁଳ ବ୍ୟବସାୟିକ ସହର ଖରିଆର ରୋଡ ରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉତ୍କଟ।

ଜିଲ୍ଲା ର ବ୍ୟସ୍ତବହୁଳ ବ୍ୟବସାୟିକ ସହର ଖରିଆର ରୋଡ ରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉତ୍କଟ।

ଜିଲ୍ଲା ର ବ୍ୟସ୍ତବହୁଳ ବ୍ୟବସାୟିକ ସହର ଖରିଆର ରୋଡ ରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉତ୍କଟ

by Maraguda Express
0 comments

ଜିଲ୍ଲା ର ବ୍ୟସ୍ତବହୁଳ ବ୍ୟବସାୟିକ ସହର ଖରିଆର ରୋଡ ରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉତ୍କଟ।
ନୂଆପଡ଼ା -୭/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ର ବ୍ୟସ୍ତ ବହୁଳ ବ୍ୟବସାୟିକ ସହର ଖରିଆର ରୋଡ ଜାତୀୟ ରାଜପଥ -୩୫୩ ଉପରେ ଅବସ୍ଥିତ। ଜିଲ୍ଲାର ପୁରୁଣା ବ୍ୟବସାୟିକ ସହର ଦୀର୍ଘ ସମୟ ଧରି ଯାନବାହାନ ପାର୍କିଂ ଯୋଗୁଁ ରାସ୍ତା ଜାମ ହୋଇ ଟ୍ରାଫିକ ସମସ୍ୟା ମୁଣ୍ଡ ଟେକୁଛି । କିଛି ବର୍ଷ ପୂର୍ବେ, ଖରିଆର ରୋଡ ସହରରେ ନୂତନ ଡ୍ରେନ୍ ନିର୍ମାଣ କରାଯାଇଥିଲା।
ପୁରୁଣା ଡ୍ରେନ୍‌ ଗୁଡ଼ିକର ମରାମତି କାମ କରିବା ପରିବର୍ତ୍ତେ, ରାସ୍ତାର ଉଭୟ ପାର୍ଶ୍ୱରେ ନୂତନ ଡ୍ରେନ୍ ନିର୍ମାଣ କରାଯାଇଥିଲା,ଯାହା ଫଳରେ ଏନ.ଏଚ.-୩୫୩ ର ପ୍ରସ୍ଥ ପ୍ରାୟ ୩ ରୁ ୪ ଫୁଟ ଉଭୟ ପାର୍ଶ୍ଵରେ ହ୍ରାସ ପାଇଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ କଲେ ପୁରୁଣା ଡ୍ରେନ କୁ ଏବେ ମଧ୍ୟ ଜବର୍ ଦଖଲକରି ଲୁଚାଇ ଦେଇଥିବା କୁହାଯାଉଛି । ଦୁର୍ଘଟଣା ରୋକିବା ପାଇଁ ସହରରେ ତୁରନ୍ତ ରାସ୍ତା ଡିଭାଇଡର୍ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ପ୍ରାୟତଃ ଦୃଷ୍ଟି ଗୋଚର ହେଉଛି ୧୮ ବର୍ଷ ରୁ କମ ବୟସର ପୁଅଝିଅମାନେ ଦ୍ରୁତ ଗତିରେ ଯାନ ବାହାନ ଚଲାଉଛନ୍ତି ଯାହା ଭବିଷ୍ୟ ରେ ଦୁର୍ଘଟଣାର ମୁଖ୍ୟ କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। ପ୍ରଶାସନ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ, ଯାହା ଦ୍ୱାରା ଦୁର୍ଘଟଣାକୁ ରୋକା ଯାଇପାରିବ। ବ୍ୟବସାୟିକ ସହର ଖରିଆର ରୋଡ ରେ ଫୁଟପାଥ ଏବଂ ରାସ୍ତାର ଜବରଦଖଲ ଯୋଗୁଁ ରୋଡ ସଙ୍କୁଚିତ ହୋଇ ଅଣ ଓସାରିଆ ହୋଇ ପଡିଛି । ସହର ଅଞ୍ଚଳର କେତେକ ବ୍ୟବସାୟୀ ବେଆଇନ ଭାବରେ ପସରା ମେଲାଇ ରାସ୍ତାରେ ସେମାନଙ୍କର ସାମଗ୍ରୀ ରଖି ବିକ୍ରୀ କରୁଛନ୍ତି ଯାହା ଫଳରେ ଯାନବାହନ ଯିବା ପାଇଁ କମ ସ୍ଥାନ ରହିଛି। ଅଧିକାଂଶ ସ୍ଥାନରେ ବ୍ୟବସାୟୀମାନେ ସାର୍ବଜନୀନ ସ୍ଥାନ ଦଖଲ କରିଛନ୍ତି ଫଳରେ ଯାନବାହାନ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଯାହା ଫଳରେ ବାରମ୍ବାର ଟ୍ରାଫିକ ସମସ୍ୟା ଉତ୍କଟ ହୋଇ ଦୁର୍ଘଟଣା ର ମୁଖ୍ୟ କାରଣ ହେଉଛି। ଜିଲ୍ଲା ପ୍ରଶାସନ ଦୋଷୀ ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଫଳରେ ଟ୍ରାଫିକ ବିଶୃଙ୍ଖଳା ସହ ଦୁର୍ଘଟଣା ବୃଦ୍ଧି କୁ ଆମନ୍ତ୍ରଣ କରୁଛି। ଅନେକ ଲୋକଙ୍କ ଦୁର୍ଘଟଣା ରେ ଜୀବନ ହାନୀ ହୋଇଥିବା ନଜିର ରହିଛି। ଖରିଆର ରୋଡର ସର୍ବଦା ବ୍ୟସ୍ତ ବହୁଳ ଗହଳି ପୂର୍ଣ୍ଣ ଅଞ୍ଚଳ ଗୁଡ଼ିକ ଯଥା ଷ୍ଟେସନ ଛକ, ଡାଗା ଛକ, ଆମସେନା ଛକ, ଡେଲି ମାର୍କେଟ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ଏବଂ ଆମସେନା ଛକରୁ ରେଳ କ୍ରସିଂ ପର୍ଯ୍ୟନ୍ତ, ଉପରୋକ୍ତ ଅଞ୍ଚଳ ଗୁଡ଼ିକ ଦେଇ ପଦଯାତ୍ରୀ ଙ୍କ ପାଇଁ ଚାଲିବା ବହୁ କଷ୍ଟକର ହୋଇ ପଡ଼ିଛି ଗାଡି ହର୍ଣ୍ଣ ବଜାଇବା ଏବଂ ଯାନବାହାନର ଶବ୍ଦ ଶୁଣିବା ନିତିଦିନିଆ କାର୍ଯ୍ୟ ରେ ପରିଣତ ହେଲାଣି। ନୂଆପଡା ଜିଲ୍ଲା ସଦର ମହକୁମା ରେ ରାସ୍ତା ଡିଭାଇଡର ନିର୍ମାଣ କରାଯାଇ ୱାନ ୱେ ଚାରି ଥାକିଆ ରାସ୍ତା ରହିଛି, ଠିକ ସେହି ଭଳି ଖରିଆର ରୋଡ ନଗର ରେ ମଧ୍ୟ ନିର୍ମାଣ କରିବାକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସମାପ୍ତ କରି ଟେଣ୍ଡର ହୋଇ ଥିଲେ ହେଁ ବିଲମ୍ବର୍ କାରଣ ଜଣା ପଡୁନି। ଏ ସମ୍ପର୍କ ରେ ଜାତୀୟ ରାଜପଥ ଯନ୍ତ୍ରୀ ଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଯେ ପ୍ରାୟ ୩୮ କୋଟି ଟଙ୍କା ର ଟେଣ୍ଡର ହୋଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଜନୈକ ଠିକାଦାର ଠିକା କାମ ପାଇଛନ୍ତି କିନ୍ତୁ ଏଗ୍ରୀମେଣ୍ଟ ସାଇନ୍ ରେ ବିଳମ୍ୱ ଯୋଗୁଁ କାର୍ଯ୍ୟ ଆରମ୍ଭ ହେବାରେ ମଧ୍ୟ ବିଳମ୍ୱ ଘଟୁଛି। ଜିଲ୍ଲା ପ୍ରଶାସନ ଉପରୋକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦୃଢ଼ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha