ଅବକାରୀ ବିଭାଗ ଚଢାଉ ମଦ ଜବତ ,୪ ଗିରଫ। ନୂଆପଡ଼ା -୮/୭ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ, ବିଦେଶୀ ଓ ଦେଶୀ ମଦ ଜବତ କରି ସଂମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଖରିଆର ରୋଡ ରେଲୱେ ଫାଟକ ଆମସେନା ଛକ ନିକଟରେ ଓ ସାରାବଙ୍ଗ ଗ୍ରାମ ନିକଟ ରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ବାଇକ ରେ ଚାରିଜଣ ବ୍ୟକ୍ତି ଙ୍କୁ ଅଟକାଇ ଅବକାରୀ ଜିନିଷ ମାନ୍ ଜବତ କରାଯାଇଥିଲା l ତିନୋଟି କେସ ରୁଜୁ କରିବା ସହ ଚାରି ଜଣ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରାଯାଇଛି l ଗିରଫ ବ୍ୟକ୍ତି ମାନେହେଲେ ସଞ୍ଜୀବ କୁମାର, ବୟସ (୩୨), ଧରହରା (ବିହାର), ରୋସନଲାଲ୍ ସାହୁ ବୟସ (୩୫), ଗିମାତ୍ମ , (ବିହାର,)ସତ୍ୟମ୍ କୁମାର୍ ବୟସ (୨୨) ବୋରଖରି, (ବିହାର) ଓ ଜୟପ୍ରକାଶ କୁମାର ବୟସ (୨୨) ଗୋଗାଡ (ବିହାର), ସେମାନଙ୍କ ଠାରୁ ୬୩ ଲିଟର ବିୟର, ୩ ଲିଟର ୬୦୦ ଏମ.ଏଲ.ବିଦେଶୀ ମଦ ଏବଂ ୯ ଲିଟର ୬୦୦ ଏମ.ଏଲ. ଭାଟି ତିଆରି ଦେଶୀ ମଦ ଜବତ କରିବା ସହ ତିନି ଗୋଟି ବାଇକ ମଧ୍ୟ ଜବତ ହୋଇଥିଲା l ଉପରୋକ୍ତ ଚଢାଉ ରେ ନୂଆପଡା ଅବକାରୀ ଥାନା ଅଧିକାରୀ ଶ୍ରୀମତୀ ସଚଲା ପାଢ଼ୀ, ଓଆଇସି, ବଳଭଦ୍ର ରାଉତ, ଏଏସଆଇ, ଅବକାରୀ ସିପାହୀ ସଞ୍ଜୀବ ସାହୁ, କ୍ଷେତ୍ରମଣି ବାଗ ଓ ଭଗବାନ ହଂସ ରେଡ ସାମିଲ ଥିଲେ l
288
2 comments
Excellent news coverage 👌👌💕🙏
Thank you so much 👍🌹🙏