Home ରାଜ୍ୟସିନାପାଲି : ଅପର ଏବଂ ଲୋଅର ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସିନାପାଲି : ଅପର ଏବଂ ଲୋଅର ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସିନାପାଲି : ଅପର ଏବଂ ଲୋଅର ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

by Maraguda Express
0 comments

ସିନାପାଲି : ଅପର ଏବଂ ଲୋଅର ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର।                             ନୂଆପଡ଼ା – ୧୧/୭ (ସୁରେନ୍ଦ୍ର ତିୱାରୀ) ଅବିଭକ୍ତ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ମହତ୍ୱପୂର୍ଣ୍ଣ ନଦୀ ମାନଙ୍କୁ ମଧ୍ୟରୁ ଉଦନ୍ତୀ ନଦୀ ଅନ୍ୟତମ । ୧୯୬୫ରୁ ଏହି ନଦୀ ଉପରେ ନୂଆପଡା ଜିଲ୍ଲାର ସିନାପାଲି ବ୍ଲକର ଗୋର୍ଲା ଠାରେ ଏକ ବ୍ୟାରେଜ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକର ବୋର୍ଡା ଠାରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରୟାସ ହୋଇ ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସୂଚନା ଯୋଗ୍ୟ ଯେ ଅପର ଉଦନ୍ତୀ ପ୍ରକଳ୍ପ ଯାହା ପାଖାପାଖି ୮୫୦୦ ହେକ୍ଟର ଜଳସେଚିତ ଏବଂ କଳାହାଣ୍ଡି ଜିଲ୍ଲାର ବୋର୍ଡା ଠାରେ ୯୩୦୦ ହେକ୍ଟର ଜମି ଜଳସେଚିତ ହେବାର ପ୍ରସ୍ତାବନା ରହିଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଏକ ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ଅଞ୍ଚଳ ର ଜନସାଧାରଣ ଅନେକଥର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୂର୍ବ ସରକାର ଅମଳ ରେ ଭିତ୍ତି ପ୍ରସ୍ତର ସ୍ଥାପନ ପୂର୍ବକ ଜାଗା ଚିହ୍ନଟ ପ୍ରକ୍ରିୟା ସରିଥିଲା ସେତେବେଳର ଜଳସେଚନ ବିଭାଗମନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି ଭୂମି ପୂଜନ କାର୍ଯ୍ୟ କରିଥିଲେ । ହେଲେ ଏହି ପ୍ରକଳ୍ପ ରାଜନୀତି ର ପଶାପାଲି ମଧ୍ୟରେ ଅଟକି ଯାଇଛି । ଏବେ ପୁଣିଥରେ ନୂତନ ସରକାର ଗଠନ ହେଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ୨ଟି ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ପୂର୍ବତନ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇ ଏହାର ପ୍ରତିଲିପି ଲୋକସଭା ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ମୁଖ୍ୟ ଶାସନ ସଚିବ ଓଡିଶା ଏବଂ କଳାହାଣ୍ଡି ଜିଲ୍ଲାପାଳ ତଥା ନୂଆପଡା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ନୂଆପଡା ଜିଲ୍ଲା ସିନାପାଲି ତହସିଲ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଉଦନ୍ତୀ ନଦୀରେ ବହୁ ପ୍ରତୀକ୍ଷିତ ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ଆଶା ସଂଚାର ହୋଇଛି । ଏହି ପ୍ରସ୍ତାବିତ ବ୍ୟାରେଜ ଓ କେନାଲ ନିର୍ମାଣ ପାଇଁ ଯେଉଁସବୁ ରାଜସ୍ୱ ଓ ଗ୍ରାମର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି ସେହି ଗ୍ରାମମାଙ୍କରେ ପଲ୍ଲୀସଭା ଓ ଗ୍ରାମସଭା କରି ରିପୋର୍ଟ ପ୍ରଦାନ କରିବା ପାଇଁ ସିନାପାଲି ବ୍ଲକ୍ ଅଫିସ୍ରୁ ନୋଟିସ୍ ଜାରି କରାଯାଇଛି । ଏ କ୍ରମରେ ସିନାପାଲି ବ୍ଲକ ପକ୍ଷରୁ ଗୋର୍ଲା, ଖଇରପଦର, ଘଣ୍ଟିଗୁଡ଼ା, ସିଂଗଝର, କରଣବାହାଲି, କୁସୁମଜୋର, ଖର୍ସେଲ, ବରଗାଁ, ନିଲଜୀ, ଘୁଚାଗୁଡା, ଓଝାରବନ୍ଧ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ପଲ୍ଲୀସଭା ଓ ଗ୍ରାମସଭା ଆୟୋଜନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ପତ୍ର ଅନୁସାରେ ସିନାପାଲି ବ୍ଲକ୍ ଗୋର୍ଲା, କାଠିବାରି, ବୈଜଲପୁର ଓ ଶରଧାପୁର ରାଜସ୍ୱ ଗ୍ରାମର ମଧ୍ୟରେ ଉଦନ୍ତୀ ନଦୀରେ ଜଳଭଣ୍ଡାର ନିର୍ମାଣ କରାଯିବା ସହ ଏହି ବ୍ଲକ ଅନ୍ତର୍ଗତ ଖଇରଭାଡ଼ି, ବାଦୀବାହାଲ, ସିଂଗଝର, କୋଦୋବେଡ଼ା, ଶରଧାପୁର, ଡୁଙ୍ଗରିଗୁଡ଼ା, ପେଣ୍ଡରାବନ, ଘୁଚାଗୁଡ଼ା, ଝାରବନ୍ଧ, ବ୍ରହ୍ମଣୀଗୁଡ଼ା, କରଣବାହାଲୀ, ସୋନବର୍ଷା, ଗୋର୍ଲା,ବରଗାଁ, ବୈଗାପଡା, କର୍ଲାଖମାର, ଖର୍ସେଲ, ବୋଟୋପାଲି, ନିଲଜୀ, ସାଲେକେଲା, ଓ ଆଦି ୩୧ ଟି ଗ୍ରାମ ଭିତରୁ ୨୯ଟି ଗ୍ରାମରେ ଗ୍ରାମ ସଭା ହୋଇସାରିଛି । ଅପର ପକ୍ଷରେ କଳାହାଣ୍ଡି ଜିଲ୍ଲାର ଲୋଅର ଉଦନ୍ତୀ ପ୍ରକଳ୍ପ ଯାହା ୯୩୦୦ ହେକ୍ଟର ଜମିରେ ଜଳସେଚିତ ହୋଇ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଗୋଲାମୁଣ୍ଡା ଏବଂ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ ଜଳସେଚିତ ହୋଇପାରିବ । ସୂଚନା ଯୋଗ୍ୟ ଯେ ଏହି ୨ଟି ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗର ବିଚାରାଧିନ ଅବସ୍ଥାରେ ୨୦୧୮ ରୁ ପତ୍ର ସଂଖ୍ୟା ଏସ ଇ(ପି) କେବିକେ- ୦୭/୨୦୧୮/ ୨୮୫୨, ୨୧ ଜୁଲାଇ ୨୦୧୮ ଏବଂ ନଂ. ସିଇ (ପି) କେବିକେ-୨୬/୨୦୧୮/୨୬୩୫ ଡବ୍ଲୁଇଓ, ୦୫ ଜୁଲାଇ ୨୦୧୮ ରେ ପଡିକି ରହିଛି । ୨୦୧୮ ରୁ ୨ଟି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟିକରଣ ଆସିପାରିନାହିଁ । ଉକ୍ତ ସ୍ମାରକପତ୍ରରେ ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ନିଆଲ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ନିବେଦନ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉକ୍ତ ପ୍ରକଳ୍ପ ଉପରେ ଦୃଷ୍ଟି ଆକର୍ଷଣ କଲେ ନିଶ୍ଚିତ ଭାବରେ ଏହି ୨ଟି ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ଅନୁମୋଦିତା ହୋଇପାରିବ । ଯାହା ଦ୍ୱାରା କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ପାଖାପାଖି ୪୦ ହଜାର ଏକର ଜମିରେ ଜଳସେଚନ ସୁନିଶ୍ଚିତ କରାଯାଇପାରିବ । ତେବେ ଏହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ଓ ଅଞ୍ଚଳ ର ଜନସାଧାରଣ ଚାଷ ରେ ସବୁଜ ବିପ୍ଳବ ସୃଷ୍ଟି କରି ବିକଶିତ ଅଞ୍ଚଳ ରୂପେ ନିଜକୁ ପ୍ରତିପାଦିତ କରିପାରିବେ ତାକୁ ଅପେକ୍ଷା କରିଛନ୍ତି ଅଞ୍ଚଳ ର ଜନସାଧାରଣ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha