36
ବୋଡେ଼ନ – (ଜଗତରାମ ଦଣ୍ଡସେନା)- ୨୩/୦୨- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଠାରେ ଦୀର୍ଘ ଆଠ ଦିନ ବ୍ୟାପୀ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମଟି ରାଜନୀତି ବିଭାଗର ବରିଷ୍ଟ ଅଧ୍ୟାପିକା ତଥା ଆତ୍ମ ସୁରକ୍ଷା ତାଲିମ ଶିବିର ସଂଯୋଜିକା ପ୍ରିତୀସୁଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଦୀର୍ଘ ଆଠ ଦିନ ବ୍ୟାପୀ ପ୍ରସିକ୍ଷଣ ଚାଲିଥିଲା । ଡିଗ୍ରୀ କଲେଜ ଅଧ୍ୟକ୍ଷ ଅବନୀ କୁମାର ଖମାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଅଧ୍ୟାପିକା ବିଜେତା ଚାଉଳିଆ ମଞ୍ଚାଶିନ ଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଅତିକ ଅହମ୍ମଦ ଖାଁ , ଅଧ୍ୟାପକ ଗୌରହରି ମେହେର ପ୍ରମୁଖ ମଞ୍ଚାଷୀନ ଥିବାବେଳେ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅନୁଷ୍ଟିତ କାର୍ଯ୍ୟକ୍ରମର ସଂଯୋଜିକା ପ୍ରୀତୀସୁଧା ପଣ୍ଡାଙ୍କ ତତତ୍ଵାବଧାନରେ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ର ୬୭ ଜଣ ସିକ୍ଷାର୍ଥି ଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲା । ମୁଖ୍ୟ ପ୍ରଶିକ୍ଷିକା ଭାବରେ ନିତୁଶ୍ରୀ ବାଗ ଯାଦବ ତାଲିମ ପ୍ରଦାନ କରିଥିବାବେଳେ ମଞ୍ଚାଶିନ ଅତିଥି ମାନଙ୍କୁ ଦ୍ଵାରା କିଛି ଶିକ୍ଷାର୍ଥି ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷ୍ୟାର୍ଥି ମାନଙ୍କ ଦ୍ଵାରା ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ ର କିଛି ଡେମୋ ଅତିଥି ମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ । ମଞ୍ଚପରିଚାଲାନା ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ କରିଥିବା ବେଳେ ଅଧ୍ୟାପକ ଅତିକ ଅହମ୍ମଦ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।