ଭାରତ ନିର୍ବାଚନ ଆୟୋଗ, ପ୍ରେସ ବିଜ୍ଞପ୍ତି।

by Maraguda Express
0 comments

            ନୁଆପଡ଼ା -୨୨/୭ (DI&PRO)
ପ୍ରେସ୍ ବିଜ୍ଞପ୍ତି
ବିହାର ବିଶେଷ ସଘନ ସଂଶୋଧନ (SIR ): ଏପର୍ଯ୍ୟନ୍ତର ତଥ୍ୟ ପ୍ରକାଶନ l
୧୮ ଲକ୍ଷ ମୃତ ଭୋଟରଙ୍କ ସନ୍ଧାନ କରାଯାଇଛି l ୨୬ ଲକ୍ଷ ଭୋଟର ବିଭିନ୍ନ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ହୋଇଛନ୍ତି, ଏବଂ ଦୁଇଟି ସ୍ଥାନରେ ପଞ୍ଜୀକୃତ ହୋଇଥିବା ଭୋଟରଙ୍କ ସଂଖ୍ୟା ୭ ଲକ୍ଷ l ବିହାରରେ ଚାଲିଥିବା ବିଶେଷ ସଘନ ସଂଶୋଧନ (SIR)ରେ, ଅଗଷ୍ଟ ୧, ୨୦୨୫ ରେ ପ୍ରକାଶିତ ହେବାକୁ ଥିବା ଚିଠା ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ପ୍ରୟାସ ଜୋରଦାର କରାଯାଇଛି। ବିହାରର ସମସ୍ତ ୧୨ଟି ପ୍ରମୁଖ ରାଜନୈତିକ ଦଳର ଜିଲ୍ଲା ସଭାପତିଙ୍କ ଦ୍ୱାରା ନିଯୁକ୍ତ ପ୍ରାୟ ୧ ଲକ୍ଷ ବୁଥ-ସ୍ତରୀୟ ଅଧିକାରୀ (BLO ), ୪ ଲକ୍ଷ ସ୍ୱେଚ୍ଛାସେବକ ଏବଂ ୧.୫ ଲକ୍ଷ ବୁଥ-ସ୍ତରୀୟ ପ୍ରତିନିଧି (BLA ) ସମେତ ସମଗ୍ର ନିର୍ବାଚନ ଯନ୍ତ୍ରପାତି ସେହି ଭୋଟରମାନଙ୍କୁ ଖୋଜିବା ପାଇଁ ଏକାଠି କାମ କରୁଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ପରିଗଣନା ଫର୍ମ (EF) ଦାଖଲ କରିନାହାଁନ୍ତି କିମ୍ବା ସେମାନଙ୍କ ଠିକଣାରେ ମିଳିନାହାଁନ୍ତି। ୨. ମୁଖ୍ୟ ନିର୍ବାଚନ ଅଧିକାରୀ (CEO)/ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)/ବୁଥ-ସ୍ତରୀୟ ଅଧିକାରୀ (BLO) ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରି ୨୧.୩୬ ଲକ୍ଷ ଭୋଟରଙ୍କ ବିସ୍ତୃତ ତାଲିକା ଅଂଶଧନ କରିଛନ୍ତି ଯାହାଙ୍କ ଫର୍ମ ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ ଏବଂ ପ୍ରାୟ ୫୨.୩୦ ଲକ୍ଷ ଭୋଟରଙ୍କ ତାଲିକା ଯେଉଁମାନେ ମୃତ କିମ୍ବା ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ଏକାଧିକ ସ୍ଥାନରେ ନାମ ଲେଖାଇଛନ୍ତି।
୩. ୨୪.୦୬.୨୦୨୫ ତାରିଖର ବିଶେଷ ସଘନ ସଂଶୋଧନ ଆଦେଶ ଅନୁଯାୟୀ, ଅଗଷ୍ଟ ୧ ରୁ ସେପ୍ଟେମ୍ବର ୧, ୨୦୨୫ ପର୍ଯ୍ୟନ୍ତ, ଚିଠା ଭୋଟର ତାଲିକାରେ କୌଣସି ଯୋଗ, ବିଲୋପ ଏବଂ ସଂଶୋଧନ ପାଇଁ ଆପତ୍ତି ଦାଖଲ କରିବା ପାଇଁ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଗୋଟିଏ ମାସର ସମୟ ଉପଲବ୍ଧ ରହିବ। ୪ ମୋଟ ଭୋଟର (୨୪ ଜୁନ୍ ୨୦୨୫ ସୁଦ୍ଧା) ୭,୮୯,୬୯,୮୪୪ ପ୍ରତିଶତ l ୫ ପ୍ରାପ୍ତ ହୋଇଥିବା ପରିଗଣନା ଫର୍ମ ୭,୧୬, ୦୪୧୦୨ ଅର୍ଥାତ୍ ୯୦.୬୭% l ୬. ଡିଜିଟାଇଜ ହୋଇଥିବା ପରିଗଣନା ଫର୍ମ ୭,୧୩, ୬୫,୪୬୦ ଅର୍ଥାତ୍ ୯୦.୩୭% l ୭. ନିଜ ଠିକଣାରେ ମିଳିନଥିବା ନିର୍ବାଚକ ମାନେ ୫୨,୩୦,୧୨୬ ଅର୍ଥାତ୍ ୬.୬୨% l ୭.୧ ସମ୍ଭବତଃ ଏପର୍ଯ୍ୟନ୍ତ ମୃତ ଭୋଟର ୧୮,୬୬, ୮୬୯ ଅର୍ଥାତ ୨.୩୬% l ୭.୨ ସମ୍ଭବତଃ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ଭୋଟର ୨୬,୦୧,୦୩୧ ଅର୍ଥାତ୍ ୩.୨୯% l ୭.୩ ଏକାଧିକ ସ୍ଥାନରେ ନାମ ଲେଖାଇଥିବା ଭୋଟର (ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛି) ୭,୫୦,୭୪୨ ଅର୍ଥାତ୍ ୦.୯୫% l ୭.୪ ଖୋଜା ଯାଇପାରିନଥିବା ଭୋଟର
୧୧,୪୮୪ ଅର୍ଥାତ୍ ୦.୦୧% l ୮. ମୋଟ ଭୋଟର (୫+୭) ୭,୬୮,୩୪,୨୨୮ ଅର୍ଥାତ୍ ୯୭.୩୦% l ୯. ଗ୍ରହଣ ହେବାକୁ ବାକି ଥିବା ପରିଗଣନା ଫର୍ମ ୨୧,୩୫,୬୧୬ ଅର୍ଥାତ୍ ୨.୭୦% ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha