Home ରାଜ୍ୟଭୁବନେଶ୍ୱରରେ ହେବ ପ୍ରତି ଜିଲ୍ଲା ପାଇଁ ଅତିଥି ଭବନ

ଭୁବନେଶ୍ୱରରେ ହେବ ପ୍ରତି ଜିଲ୍ଲା ପାଇଁ ଅତିଥି ଭବନ

by Maraguda Express
0 comments

ଭୁବନେଶ୍ବର : ଭୁବନେଶ୍ବରକୁ ଆସୁଥିବା ସବୁ ଜିଲ୍ଲାର ଲୋକଙ୍କ ପାଇଁ ସରକାର ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପତ୍ତି କାର୍ଯ୍ୟରେ ପରିଣତ ହେଲେ ଉପାନ୍ତ, ଦୁର୍ଗମ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ବର ଆସୁଥିବା ଲୋକଙ୍କୁ ସାମୟିକ ସମୟ ପାଇଁ ରହିବା ଓ ଫ୍ରେସ୍‌ ହେବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଅତିଥି ଭବନ ନିର୍ମାଣ କରିବାକୁ ଯାଉଛନ୍ତି। ରାଜସ୍ବ ମନ୍ତ୍ରୀ ସ‌ୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି।

ରାଜସ୍ୱମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ଅତିଥି ଭବନ ନିର୍ମାଣ ହେବ। ଏହା ଦ୍ବାରା ରାଜ୍ୟବାସୀ ଉପକୃତ ହେବେ। ଅନେକ ଲୋକ ରାଜଧାନୀକୁ ସ୍ବାସ୍ଥ୍ୟ ସେବା ପାଇଁ ଆସନ୍ତି। ଏହା ସହ ଶିକ୍ଷା ଲାଭ ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇବା ପାଇଁ ମଧ୍ୟ ଏଠାକୁ ଆସିଥାନ୍ତି। ଏଠି ରହିବା ପାଇଁ ସେମାନେ ହୋଟେଲ୍‌ କିମ୍ବା ଅନ୍ୟା ଜାଗାରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ୍‌ ହାଉସ ପ୍ରସ୍ତୁତ ହେବ। ଏହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ। ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ୍‌ ହାଉସ୍‌ ହେବ। ୩୦ ଜିଲ୍ଲା ପାଇଁ ୩୦୦୦ କୋଠରି । ପ୍ରତି ଜିଲ୍ଲା ନାଆଁରେ ଏହାକୁ ନାମିତ କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଲୋକେ ସହଜ ଓ ସୁବିଧାରେ ରହି ପାଇପାରିବେ। ଲୋକଙ୍କୁ ରୋଜଗାର ମିଳିବ। ଏହାର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ସୃଷ୍ଟି ହେବ।

ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯଦି ୩୦ ଜିଲ୍ଲା ପାଇଁ ୩୦୦୦ କୋଠରୀ ନିର୍ମାଣ କରାଯିବ, ସେଥିପାଇଁ ବହୁତ ବଡ଼ ସ୍ଥାନ ଦରକାର ପଡ଼ିବ। ଏତେଗୁଡ଼ିଏ କୋଠରୀ ନିର୍ମାଣ କରିବା ପାଇଁ ସରକାର ସହର ଭିତରେ ସ୍ଥାନ ବାହାର କରିବେ ନା ସହର ବାହାରେ କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ସହର ବାହାରେ ଅତିଥି ଭବନ ନିର୍ମାଣ କରିବେ, ତା’ହେଲେ ‌ପରିବହନ ବ୍ୟବସ୍ଥା ସଠିକ୍‌ ହେବା ଦରକାର। ସେହିପରି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha