Home ରାଜ୍ୟନୂଆପଡ଼ା ରେ ନୂତନ ଚିନାବାଦାମ ତେଲ ପ୍ରକ୍ରିୟା କରଣ ଉଦ୍ୟୋଗ ଉଦ୍ଘାଟିତ

ନୂଆପଡ଼ା ରେ ନୂତନ ଚିନାବାଦାମ ତେଲ ପ୍ରକ୍ରିୟା କରଣ ଉଦ୍ୟୋଗ ଉଦ୍ଘାଟିତ

by Maraguda Express
0 comments
ନୂଆପଡ଼ା -୧୦/୬(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି, ଇଚ୍ଛାପୁର ପ୍ରାଙ୍ଗଣରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ନୂତନ କାଠଘଣା ଚାଳିତ ଚିନାବାଦାମ ତେଲ ପ୍ରକ୍ରିୟା କରଣ ଉଦ୍ୟୋଗ ଉଦ୍ଘାଟିତ ହୋଇଯାଇଛି l ସ୍ଵେଚ୍ଛାସେବୀ ସଂଗଠନ ସି ପି ଏସ୍ ଡବଲ୍ୟୁ, କେନ୍ଦୁଭଟା ଉଦ୍ୟମରେ ଏହି ନୂତନ ଉଦ୍ୟୋଗ ସ୍ଥାପିତ ହୋଇଛି l ଏହି ରୁତୁରେ ଏଠାରୁ ପାଞ୍ଚ ହଜାର ଲିଟର ବାଦାମ ତେଲ ପ୍ରକ୍ରିୟାକରଣ ହେବାର ଲକ୍ଷ୍ଯ ରଖିଛି ଏଇ ସଂସ୍ଥା l ଏଥିପାଇଁ ୪୫୦ କୁଇଣ୍ଟାଲ ବାଦାମ ସରକାରୀ ଦରରେ ସ୍ଥାନୀୟ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରାଯିବ l ଏହି ଅବସରରେ ଉଦ୍ୟୋଗ ହଲ୍ ରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା l ସ୍ଵେଚ୍ଛାସେବୀ ସଂଗଠନ ସି ପି ଏସ୍ ଡବଲ୍ୟୁ ସମ୍ପାଦକ ବିରଞ୍ଚି ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଏବଂ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଂସଦା, ଉପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରଶ୍ମି ରଞ୍ଜନ ପାତ୍ର, ବ୍ଲକ୍ କୃଷି ଅଧିକାରୀ ସୁଧାଂଶୁ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସ୍ଵେଚ୍ଛାସେବୀ ସଂଗଠନ ର ଶତାଧିକ ମହିଳା, ବାଦାମ ଚାଷୀ ଏବଂ ମହିଳା ସ୍ଵୟଂ ସହାୟକ ଦଳ ସମାବେଶରେ ଯୋଗ ଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଏଇ ତେଲ ମିଲ୍ ଚାଳିଶ ଟି ପରିବାରକୁ ସିଧାସଳଖ ରୋଜଗାର ଯୋଗାଇ ଦେବା ସହିତ ଶହ ଶହ ଚିନାବାଦାମ ଚାଷୀଙ୍କୁ ସେମାନଙ୍କ ଉଚିତ ମୂଲ୍ୟ ଯୋଗାଇଦେବ l ଏହା ସହିତ ଜିଲ୍ଲାର ଖାଉଟି ମାନେ ଶୁଦ୍ଧ କାଠ ଘଣା ଚାଳିତ ବାଦାମ ତେଲ ପାଇ ପାରିବେ l ଆମେ ଜିଲ୍ଲାରେ ଏଭଳି ଅନେକ ପଦଷେପ ନେବା ଯେମିତି ଚାଷୀ ଖୁସି ମନରେ କହି ପାରୁଥିବ” ଚାଷ କାମ ଯାହାର, କି ଆନନ୍ଦ ତାହାର” lଏମିତି ଜିଲ୍ଲା ଉଭୟ କୃଷି ଓ ଉଦ୍ୟୋଗ ରେ ସମନ୍ଵିତ ଉନ୍ନତି କଲେ ଜିଲ୍ଲାରୁ ଆଉ ପ୍ରବାସୀ ଶ୍ରମିକ ହିସାବରେ କେହି ଅନ୍ୟ ରାଜ୍ୟକୁ ଯିବେ ନାହିଁ l ଏହି ଅବସରରେ ଜିଲ୍ଲାପାଳ ସେଠାରେ ଗୋଟିଏ ତୈଳବୀଜ ଆଉ ଡାଲି ଜାତୀୟ ଫସଲ ମଣ୍ଡିର ଶୁଭାରମ୍ଭ କରିଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha