Home ରାଜ୍ୟଏନଏସି ଘୋଷଣା ଦାବି‐ ଜିଲ୍ଲାପାଳଙ୍କୁ ଭେଟିଲା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ ନେଇ ପ୍ରସ୍ତୁତି

ଏନଏସି ଘୋଷଣା ଦାବି‐ ଜିଲ୍ଲାପାଳଙ୍କୁ ଭେଟିଲା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ ନେଇ ପ୍ରସ୍ତୁତି

by Maraguda Express
0 comments

ଏନଏସି ଘୋଷଣା ଦାବି‐ ଜିଲ୍ଲାପାଳଙ୍କୁ ଭେଟିଲା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ ନେଇ ପ୍ରସ୍ତୁତି
ନୂଆପଡ଼ା -୨୭/୬ (ଏମ.ଇ) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ବହୁ ଅପେକ୍ଷିତ ସିନାପାଲି ସହରକୁ ଏନଏସି ଘୋଷଣା ନେଇ ଗତ କିଛିଦିନ ହେଲା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ନାନା ଆଶା ଓ ଆଶଙ୍କା ପ୍ରକାଶ ପାଇଛି । ବିଶେଷ ସୂତ୍ର ଅନୁଯାୟୀ ବିଜେପି ସରକାରଙ୍କ ପ୍ରଥମ ପର୍ଯ୍ଯାୟ ଏନଏସି ତାଳିକା ଖୁବଶୀଘ୍ର ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ସିନାପାଲିର ନାଁକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପରେ ସ୍ଥାନୀୟ ନାଗରିକ କମିଟୀ ତରଫରୁ ଏନେଇ ଏକ ବୈଠକ କରାଯାଇଥିଲା । ବୈଠକର ନିଷ୍ପତ୍ତି କ୍ରମେ କମିଟୀର ଏକ ପ୍ରତିନିଧି ଦଳ ନିକଟରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସବିଶେଷ ତଥ୍ଯ ନେବା ସହ ସିନାପାଲି ଏନଏସି ସମ୍ବନ୍ଧିତ ଆବଶ୍ଯକ ଜରୁରୀ ତଥ୍ଯ ତୁରନ୍ତ ବିଭାଗକୁ ପ୍ରେରଣ କରିବାକୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ଡ. ଅରିଗଞ୍ଜନ ଯୋଷୀ, ଶଶିଭୂଷଣ ମାଝୀ, ଲିଙ୍ଗରାଜ ଘିଭେଲା, ସୁବ୍ରତ ଠାକୁର, ନନ୍ଦକୁମାର ପାତ୍ର, ତ୍ରିନାଥ ମେହେର, ମନିଷ ପଟେଲ, ମଧୁସୂଦନ ମାଝୀ ରହିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହାପରେ ନାଗରିକ କମିଟୀର ଅଧ୍ୟକ୍ଷ ଡମ୍ବରୁଧର ମେହେରଙ୍କ ସଭାପତିତ୍ବରେ ଗୁରୁବାର ପୁଣି ଏକ ସଭା କରାଯାଇ ଖୁବଶୀଘ୍ର ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଏନେଇ ସାକ୍ଷାତ କରିବାକୁ ସ୍ଥିର କରାଯାଇଛି । ସଭାରେ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଶଶିଭୂଷଣ ମାଝୀ, ନାରାୟଣ ପାତ୍ର, ସୁବ୍ରତ ଠାକୁର, ଲିଙ୍ଗରାଜ ଘିଭେଲା, ନନ୍ଦକୁମାର ପାତ୍ର, ମନିଷ ପଟେଲ, ତ୍ରିନାଥ ମେହେର, ମଧୁସୂଦନ ମାଝୀ, ବୈଷ୍ଣବ ମେହେର, ଲମ୍ବୋଦର ମାଝୀ, କୈଲାସ ଜଗତ, ଚନ୍ଦ୍ର ଶେଖର ମେହେର, ପିତାମ୍ବର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ଯ ଯେ ବହୁ ବର୍ଷ ହେଲା ଅନେକ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ମାଧ୍ଯମରେ ସିନାପାଲିକୁ ଏନଏସି ପାଇଁ ଦାବି କରାଯାଉଥିବା ବେଳେ ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେଡ଼ି ସରକାର ରାଜ୍ଯର ଅନ୍ଯାନ୍ଯ ସହର ସମେତ ସିନାପାଲିକୁ ଏନଏସି କରାଯିବାର ଏକ ତାଳିକା ଘୋଷଣା କରିଥିଲେ । ଉକ୍ତ ଯୋଗ୍ଯତା ଅନୁଯାୟୀ ବର୍ତ୍ତମାନର ସରକାର ପ୍ରଥମ ପର୍ଯ୍ଯାୟରେ ସିନାପାଲିକୁ ଏନଏସି ମାନ୍ଯତା ଦେବାକୁ ଦାବି ହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha