Home ରାଜ୍ୟଉପନିର୍ବାଚନ ପାଇଁ ସମସ୍ତ ପୋଲିଂ ପାର୍ଟି ମଧ୍ୟାହ୍ନ ସୁଦ୍ଧା ମତଦାନ କେନ୍ଦ୍ରରେ ପହଞ୍ଚିଲେ।

ଉପନିର୍ବାଚନ ପାଇଁ ସମସ୍ତ ପୋଲିଂ ପାର୍ଟି ମଧ୍ୟାହ୍ନ ସୁଦ୍ଧା ମତଦାନ କେନ୍ଦ୍ରରେ ପହଞ୍ଚିଲେ।

ନୂଆପଡ଼ା ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି ସଫଳ ହେଲା।ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ।

by Maraguda Express
0 comments

ନୂଆପଡା- ୧୦/୧୧ (ସୁରେନ୍ଦ୍ର ତିୱାରୀ) ଆସନ୍ତା ନୂଆପଡା ବିଧାନସଭା ଉପନିର୍ବାଚନ ଶୃଙ୍ଖଳିତ ଭାବରେ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ଆଜି ସମସ୍ତ ପୋଲିଂ ପାର୍ଟି ଭୋଟିଂ ମେସିନ୍ ସହିତ ଆବଶ୍ୟକ ସାମଗ୍ରୀ ଧରି ବୁଥ ମାନଙ୍କରେ ପହଞ୍ଚି ଯାଇଛନ୍ତି l ଆଜି ସକାଳୁ ନୂଆପଡା ସଦର ମହକୁମା ସ୍ଥିତ ନେସନାଲ କଲେଜ ର ବିତରଣ କେନ୍ଦ୍ର ରେ ସମସ୍ତେ ପହଞ୍ଚିଥିଲେ l ସେମାନଙ୍କ ବ୍ଲକ୍ ରୁ ଆସିବା ପାଇଁ ୯ ଟି ସରକାରୀ ବସ୍ ର ବ୍ୟବସ୍ଥା କରାଯାଇଥିଲା l ବିତରଣ କେନ୍ଦ୍ର ର ସମସ୍ତ ଅଧିକାରୀ ପ୍ରାତଃ ୭ ଟା ରୁ କାଉଣ୍ଟର ମାନଙ୍କରୁ ଇ ଭି ଏମ୍ ତଥା ଅନ୍ୟାନ୍ୟ ସାମଗ୍ରୀ ବିତରଣ ଆରମ୍ଭ କରିଦେଇଥିଲେ l ଏହା ଫଳରେ ପ୍ରଥମ ପୋଲିଂ ପାର୍ଟୀ ସକାଳ ୯.୩୫ ମିନିଟ ସମୟରେ ନିଜ ବୁଥ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ସେହିପରି ମଧ୍ୟାହ୍ନ ସୁଦ୍ଧା ସମସ୍ତ ୩୫୮ ଟି ପୋଲିଂ ପାର୍ଟି ପ୍ରସ୍ତୁତ ହୋଇ ଚାଲି ଯାଇଥିଲେ । ଚଳିତ ନିର୍ବାଚନରେ ୩୫୮ ବୁଥ ମଧ୍ୟରୁ ୬ଟି ପିଙ୍କ୍ ବା ସଖୀ ବୁଥ କରାଯାଇଛି ,ଯେଉଁଥିରେ କେବଳ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି l ଏହି ନିର୍ବାଚନମଣ୍ଡଳୀରେ ୧୦୧ ଟି ସମ୍ବେଦନଶିଳ ବୁଥ୍‌ ରହିଛି l ଏଥିରୁ ୪୭ ଟି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଓ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌ ମଧ୍ୟରୁ ୮ଟି ସୁନାବେଡ଼ା ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ରହିଛି। ଏହିସବୁ ଭୋଟ କେନ୍ଦ୍ରର ୪୮ ଜଣ ପୋଲିଂ ଅଧିକାରୀ ଙ୍କୁ ବାୟୁସେନା ର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗୋତମା ଏୟାର ଷ୍ଟ୍ରିପରୁ ପଠାଯାଇଥିଲା । ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ନୂଆପଡା ଜିଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଉପସ୍ଥିତ ରହି ସମସ୍ତ ପରିଚାଳନା ବ୍ୟବସ୍ଥା ନୀରିକ୍ଷଣ କରିଥିଲେ l ସୂଚନା ଯୋଗ୍ୟ ଯେ ନୂଆପଡା ବିଧାନସଭା ମଣ୍ଡଳୀ ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟି ଶୂନ୍ୟ ଓ ଅତ୍ୟନ୍ତ ସଫଳତାର ସହିତ ଅନୁଷ୍ଠିତ କରାଇବାର ଲକ୍ଷ୍ୟ ରଖି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ l ନିର୍ବାଚନ ଅଧିକାରୀ ମାନଙ୍କୁ ଟ୍ରେନିଂ, ବୁଥ ମାନଙ୍କରେ ଉପଲବ୍ଧ ବିଜୁଳି ପାଣି ଶୌଚାଳୟ ସବୁର ସୁବିଧା, ସମସ୍ତ ବୁଥ୍ ର ୱେବ୍ କାଷ୍ଟିଂ, ଇସିଆଇଏନଇଟି ଆପ ର ବ୍ୟବହାର , ୨୪X ୭ କଣ୍ଟ୍ରୋଲ ରୁମ୍ ର କାର୍ଯ୍ୟକାରିତା, ବିଭିନ୍ନ କମିଟି ର କାର୍ଯ୍ୟ, ଯାଞ୍ଚ ଓ ତଲାସୀ ଅଭିଯାନ , ସଂବେଦନଶୀଳ ବୁଥ ପରିଚାଳନା,ପୋଷ୍ଟାଲ୍ ବେଲଟ, ଭୋଟ ଗଣତି ଇତ୍ୟାଦି ସମସ୍ତ ବିଷୟ ସଠିକ୍ ପରିଚାଳନା ହୋଇଛି। ନିର୍ବାଚନ ପାଇଁ ସମସ୍ତ ୩୫୮ ଟି ବୁଥ , ୬ ଟି ସଖି ବୁଥ, ୩୯୬ ଟି ପୋଲିଂ ଦଳ, ୩୮ଟି ରିଜର୍ଭ ପୋଲିଂ ଦଳ ପାଇଁ ୧୫୫୨ ଜଣ ପୁରୁଷ ଅଧିକାରୀ ଓ ୩୨ ଜଣ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି ।
ଭୋଟ ଗଣତି ଯାଏଁ ଆଦର୍ଶ ଆଚରଣ ବିଧି କଡ଼ା କଡି ପାଳନ ହେବ। ନୀରବ ଅବଧି ବା ସାଇଲେନ୍ସ ପିରିୟଡ଼ ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଓ କୌଣସି ସନ୍ଦିଗ୍ଧ ଗାଡ଼ିକୁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏଥିପାଇଁ କେନ୍ଦ୍ରିୟ ଆର୍ମଡ୍ ପୋଲିସ ଫୋର୍ସର ୧୪ ଟି କମ୍ପାନୀ ମୁତୟନ ହୋଇଛନ୍ତି l
ଏହା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୬ଜଣ ଡିଏସପି, ୯ଜଣ ଇନ୍ସପେକ୍ଟର, ୧୫୧ ଜଣ ସବଇନ୍ସପେକ୍ଟର ,ସହକାରି ସବ ଇନ୍ସପେକ୍ଟର, ୧୦୩ଜଣ ହାବିଲଦାର, ୬୩୬ ଜଣ କନେଷ୍ଟବଳ, ୨୮୭ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି l ନିର୍ବାଚନର ସମସ୍ତ ପ୍ରକ୍ରିୟା କୁ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଯୁର୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ତଥା ଆର୍ ଓ ସୁର୍ମି ସୋରେନ୍, ଡେପୁଟୀ କଲେକ୍ଟର ଶେଖ୍ ନସିମ ପରିଚାଳନା କରିଥିଲେ l ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ l ନିର୍ବାଚନକୁ ସମ୍ପୂର୍ଣ ସ୍ୱଚ୍ଛ, ପାରଦର୍ଶୀ ଓ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ତଥା ମତଦାତା ମାନଙ୍କ ସହଯୋଗ କାମନା କରିଛନ୍ତି l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha