ରାହୁଲ ଙ୍କ ଉଚ୍ଚଶିକ୍ଷା ପାଇଁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ
ନୂଆପଡା- ୯/୭(ସୁରେନ୍ଦ୍ର ତିୱାରୀ ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ହାତୀସରା ଗ୍ରାମର କଲ୍ୟାଣ ସିଂ ମାଝୀ (୪୦) ସାତ ବର୍ଷ ପୂର୍ବରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ମୃତ୍ୟୁ ବରଣ କରିଥଲେ l ଚାରି ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀ ଶୈଳେନ୍ଦ୍ରି ମାଝୀ(୩୫)ଙ୍କ ମଧ୍ୟ ସ୍ଵାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ମୃତ୍ୟୁ ବରଣ ହେବା ପରେ ତାଙ୍କ ଦୁଇ ପୁତ୍ର ରାହୁଲ ମାଝୀ (୧୫) ଓ ଡିଗେଶ ମାଝୀ (୧୨) ସମ୍ପୂର୍ଣ ଅନାଥ ହୋଇ ଅସହାୟ ହୋଇ ପଡ଼ିଥିଲେ l ବାପା ମାଁ ଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ବାପା ଅର୍ଜୁନ ମାଝୀ ସେ ମାନଙ୍କ ଭରଣ ପଷୋଣ କରୁଥିବା ବେଳେ ବିଗତ ଦୁଇ ବର୍ଷ ତଳେ ରାହୁଲ ଙ୍କୁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟଙ୍କ ଦ୍ୱାରା ସିଆଳଟି ସେବା ଆଶ୍ରମ ରେ ନବମ ଶ୍ରେଣୀରେ ଆଡ଼ମିସନ କରାଯାଇଥିଲା l
ବର୍ତ୍ତମାନ ରାହୁଲ ୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ୩୬୩ (୬୦.୫%) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ପଢ଼ିବା ନିମନ୍ତେ ଜିଲ୍ଲା ସଦର ମହକୁମା ସ୍ଥିତ ନେଶନାଲ ମହାବିଦ୍ୟାଳୟ , ନୂଆପଡ଼ା ରେ +୨(ଯୁକ୍ତ ଦୁଇ) ରେ ପ୍ରଥମ ପର୍ଯ୍ୟାୟ ସୂଚୀ ରେ ସ୍ଥାନ ପାଇ ଚୟନିତ ହୋଇଛନ୍ତି l ତେଣୁ ପୂର୍ବ ପ୍ରତିଶୃତି ଅନୁଯାୟୀ ଟ୍ରଷ୍ଟ ତରଫରୁ ତାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଆଡ଼ମିସନ ର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରି ନେସନାଲ ମହାବିଦ୍ୟାଳୟ ରେ ରାହୁଲ ଙ୍କୁ +୨(ଯୁକ୍ତ ଦୁଇ) ରେ ଆଡ଼ମିସନ କରା ଯାଇଛି l ଆଡ଼ମିସନ ସମୟରେ ଟ୍ରଷ୍ଟର ସଭାପତି ତିରୁ. ବଜରଙ୍ଗ ମାଝୀ ଓ ସଦସ୍ୟ ତିରୁ. ତୋରଣ ମାଝୀ ଉପସ୍ଥିତ ରହି ଆଡ଼ମିସନ କରିଥିଲେ ଏବଂ ଦୁଇ ବର୍ଷ ତାଙ୍କ ପାଠପଢ଼ା ର ସମ୍ପୂର୍ଣ୍ଣ ଖର୍ଚ୍ଚ ଟ୍ରଷ୍ଟ ବହନ କରିବ ବୋଲି ସୂଚନା ଦିଆଯାଇଛି l