Home ରାଜ୍ୟଖରିଆର ରୋଡ଼ରେ ପ୍ରଥମ ଥର ‘ଭୀମ ଭୋଇ ସାମର୍ଥ୍ୟ ଶିବିର’ : ଦିବ୍ୟାଙ୍ଗ ଙ୍କ ପାଇଁ ଏକାଠି ମିଳିବ ସମସ୍ତ ସରକାରୀ ସୁବିଧା।

ଖରିଆର ରୋଡ଼ରେ ପ୍ରଥମ ଥର ‘ଭୀମ ଭୋଇ ସାମର୍ଥ୍ୟ ଶିବିର’ : ଦିବ୍ୟାଙ୍ଗ ଙ୍କ ପାଇଁ ଏକାଠି ମିଳିବ ସମସ୍ତ ସରକାରୀ ସୁବିଧା।

by Maraguda Express
0 comments
ନୂଆପଡ଼ା – ୧୨/୭ – ଖରିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡ଼ା. ସୋନିଆ ଅଗ୍ରୱାଲଙ୍କ ପଦକ୍ଷେପ ଓ ବିଶେଷ ଅନୁରୋଧ କ୍ରମେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଖରିଆର ରୋଡ଼ ଏନ୍‌ଏସି ପରିସର ରେ ବିଶାଳ ‘ଭୀମ ଭୋଇ ସାମର୍ଥ୍ୟ ଶିବିର (BBSA Camp 2026-27)’ ଆୟୋଜନ କରାଯାଉଛି। ଆସନ୍ତା ୨୯ ଜୁଲାଇ ୨୦୨୬ (ବୁଧବାର) ସକାଳ ୧୦ ଟାରୁ ଏହି ଜନହିତକାରୀ ଶିବିର ଅନୁଷ୍ଠିତ ହେବ।
ଏହି ବୃହତ୍ ଶିବିରରେ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍‌ ଦ୍ୱାରା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଦିବ୍ୟାଙ୍ଗତାର ମୂଲ୍ୟାଙ୍କନ, UDID (Unique Disability ID) ପ୍ରମାଣପତ୍ର ପାଇଁ ପ୍ରକ୍ରିୟା, ସହାୟକ ଉପକରଣ (Aids & Appliances) ପାଇଁ ଯୋଗ୍ୟତା ନିର୍ଦ୍ଧାରଣ ସହ ବିଭିନ୍ନ ସରକାରୀ ଜନ କଲ୍ୟାଣକାରୀ ଯୋଜନାର ସୁବିଧା ଏକ ସ୍ଥାନରେ ଉପଲବ୍ଧ କରାଯିବ।
ଶିବିରରେ ଦିବ୍ୟାଙ୍ଗ ପେନ୍‌ସନ, ଛାତ୍ରବୃତ୍ତି, ବସ୍ ପାସ୍, ସ୍ୱରୋଜଗାର ଯୋଜନା ସମ୍ବନ୍ଧୀୟ ସେବା ସହ ବିଭିନ୍ନ ବିଭାଗର ସରକାରୀ ଯୋଜନାର ସୂଚନା ଓ ଆବେଦନ ସୁବିଧା ମଧ୍ୟ ପ୍ରଦାନ କରାଯିବ। ଏହା ଦିବ୍ୟାଙ୍ଗ ଜନଙ୍କ ପାଇଁ ଏକ ଉପଯୋଗୀ ଓ ସର୍ବସମାବେଶୀ ସେବା ଶିବିର ଭାବେ ପରିଗଣିତ ହେଉଛି।
ଖରିଆର ରୋଡ଼ ଏବଂ ଆଖପାଖ ଅଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଭାଇଭଉଣୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ର (CSC/ସହଜ କେନ୍ଦ୍ର) ମାଧ୍ୟମରେ ପୂର୍ବରୁ ଅନଲାଇନ୍ ପଞ୍ଜିକରଣ କରି ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍ ଓ ଆବଶ୍ୟକ ଦଲିଲପତ୍ର ସହ ୨୯ ଜୁଲାଇ ଶିବିରରେ ଉପସ୍ଥିତ ହୋଇ ଏହି ସୁବର୍ଣ୍ଣ ସୁଯୋଗର ସର୍ବାଧିକ ଲାଭ ଉଠାଇବାକୁ ଅନୁରୋଧ କରାଯାଇଛି।
ଦିବ୍ୟାଙ୍ଗଜନଙ୍କୁ ସେମାନଙ୍କ ଅଧିକାର ଓ ସରକାରୀ ସୁବିଧାରୁ ବଞ୍ଚିତ ନ ରଖିବା ଲକ୍ଷ୍ୟରେ ଆୟୋଜିତ ଏହି ମହତ୍ୱପୂର୍ଣ୍ଣ ଶିବିରକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।
ଏହି ଅବସରରେ ଏନ୍‌ଏସି ଅଧ୍ୟକ୍ଷା ଡ଼ା. ସୋନିଆ ଅଗ୍ରୱାଲ କହିଛନ୍ତି, “ଜନସେବା ଆମର ସଂକଳ୍ପ, ଜନକଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା। ପ୍ରତ୍ୟେକ ଦିବ୍ୟାଙ୍ଗ ଭାଇଭଉଣୀ ସରକାରୀ ସୁବିଧାର ଲାଭ ପାଆନ୍ତୁ, ସେହି ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଛି।” ।       (Photo AI)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha