ଉତ୍କଳ କରାଟେ ସ୍କଲ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ୨୨ ଜଣ ଶିକ୍ଷାର୍ଥୀ ଉତୀର୍ଣ୍ଣ
ନୂଆପଡ଼ା ୧୦/୭ (ସୁରେନ୍ଦ୍ର ତିୱାରୀ ) ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ଏବଂ ଉତ୍କଳ କରାଟେ ସ୍କଲ ପକ୍ଷରୁ ଆୟୋଜିତ କରାଟେ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ମୋଟ ୨୨ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ଜଣାପଡିଛି ! ଖଡ଼ିଆଳ ଉତ୍କଳ କରାଟେ ସ୍କଲ ର ନିର୍ଦେଶକ/ପ୍ରଶିକ୍ଷକ ଧର୍ମେଶ ମେହେର , ପ୍ରଶିକ୍ଷକ ନବୀନ ମେହେର ଏବଂ ଇଣ୍ଡିଆ ଗ୍ରେଡ଼ ଏ ଜର୍ଜ ଏବଂ ରେଫରୀ ସୁରେଶ ଜାଲ ଯାଦବ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ପରୀକ୍ଷା ରେ ବ୍ରାଉନ ବେଲ୍ଟ ରେ ଜଣେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଓରେଞ୍ଜ ବେଲ୍ଟ ରେ ଦୁଇ ଜଣ, ୟେଲୋ ବେଲ୍ଟ ରେ ୧୬ ଜଣ ଏବଂ ଗ୍ରୀନ ବେଲ୍ଟ ରେ ତିନି ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି ! ମିଳିଥିବା ସୂଚନା ଅନୁସାରେ ବ୍ରାଉନ ବେଲ୍ଟ ରେ ଉଜ୍ଜଳ ଦୀପ ଓଝା ଜଣେ ମାତ୍ର ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହିପରି ଭୂମରାଜ ସାହୁ, ଲୋଚନ ତାଣ୍ଡି ଏବଂ ତନ୍ମୟ ସିଂହ ଦେଓ ଗ୍ରିନ ବେଲ୍ଟ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଓରେଞ୍ଜ ବେଲ୍ଟ ରେ ବୀରେନ୍ଦ୍ର କୁର୍ରେ ଏବଂ ଶୁଭମ ମନହରେ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି ! ସେହିପରି ୟେଲୋ ବେଲ୍ଟ ରେ ସର୍ବାଧିକ ୧୬ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି ସେମାନେ ହେଲେ ପ୍ରଭୁଦତ ନାୟକ, ଗାର୍ଗବ ଯୋଶୀ, ହୃଦ୍ ସ୍ପନ୍ଦନ ମେହେର, ଦିପ୍ତ ସୁନ୍ଦର ହେର୍ନା, ନାଇଁବେନ୍ଦୁ ହେର୍ନା, ଧୃବ କୁମାର ନାଏକ, ବି ଆଲଫ୍ରେଡ ଅମେନ୍, ବି ଇଶାକ ଅମେନ, ଅନନ୍ତ କୁମାର୍, ଅମ୍ଳାନ ମେହେର, ରାମ ସନ୍ତୋଷ ନିକମ, କଳ୍ପନା ସୁନାନି, ଡୋୟେଲ ଥପା, ସୁୟଶ ମେହେର, ଗୌରବ କୁମାର ଜଗତ, ପ୍ରତୁଶ ସାହୁ |
ଉତ୍କଳ କରାଟେ ସ୍କଲ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ୨୨ ଜଣ ଶିକ୍ଷାର୍ଥୀ ଉତୀର୍ଣ୍ଣ
ଉତ୍କଳ କରାଟେ ସ୍କଲ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ୨୨ ଜଣ ଶିକ୍ଷାର୍ଥୀ ଉତୀର୍ଣ୍ଣ
122