Home ରାଜ୍ୟବିକଶିତ ଭାରତ ର ସ୍ୱପ୍ନ ସାକାର ପାଇଁ ‘VB-G RAM G’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଗ୍ରାମୀଣ ରୋଜଗାର, ଆଜୀବିକା ଓ ସଶକ୍ତ ପଞ୍ଚାୟତ ଗଠନକୁ ମିଳିଲା ନୂଆ ଦିଗ।

ବିକଶିତ ଭାରତ ର ସ୍ୱପ୍ନ ସାକାର ପାଇଁ ‘VB-G RAM G’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଗ୍ରାମୀଣ ରୋଜଗାର, ଆଜୀବିକା ଓ ସଶକ୍ତ ପଞ୍ଚାୟତ ଗଠନକୁ ମିଳିଲା ନୂଆ ଦିଗ।

by Maraguda Express
0 comments
ନୂଆପଡ଼ା- ୪/୭- ବିକଶିତ ଭାରତ ଗଠନରେ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ରୋଜଗାର ଓ ଆଜୀବିକାର ସୁଯୋଗ ବୃଦ୍ଧି ଲକ୍ଷ୍ୟରେ ‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) – VB-G RAM G’ ର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ନୂଆପଡ଼ା ସ୍ଥିତ ଏନ୍‌.ଆଇ.ସି. ଭିଡିଓ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି।ଏହି ମହତ୍ୱପୂର୍ଣ୍ଣ ଯୋଜନାର ଜାତୀୟସ୍ତରୀୟ ଶୁଭାରମ୍ଭ ଆନ୍ଧ୍ରପ୍ରଦେଶର ତିରୁପତିରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କରିଥିଲେ। ଏହି ଅବସରରେ ସେ ନୂଆପଡ଼ା ସମେତ ଦେଶର ବିଭିନ୍ନ ରାଜ୍ୟରେ ଯୋଜନା ଅଧୀନରେ କାର୍ଯ୍ୟରତ ହିତାଧିକାରୀଙ୍କ ସହ ଆଭାସୀ ମାଧ୍ୟମରେ ସିଧାସଳଖ ଆଲୋଚନା କରି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆହ୍ୱାନ ଜଣାଇଥିଲେ। ନୂଆପଡ଼ାରେ ଉପସ୍ଥିତ ଅତିଥି ଓ ଅଧିକାରୀମାନେ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) କ୍ଷମାନିଧି ଭୋଇ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ମନରେଗା ସଂଯୋଜକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ପିଇଓ, ଏଡିଇଓ, ଜିଆରଏସ୍, ଯାନ୍ତ୍ରିକ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲା ପରିଷଦର କର୍ମଚାରୀମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ VB-G RAM Gର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଗ୍ରାମୀଣ ବିକାଶ, ସ୍ଥାୟୀ ରୋଜଗାର ସୃଷ୍ଟି, ଜନସହଭାଗିତା, ବିଭାଗୀୟ ସମନ୍ୱୟ ଏବଂ ସଶକ୍ତ ଗ୍ରାମ ପଞ୍ଚାୟତ ଗଠନ ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ VB-G RAM G ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ସମସ୍ତ ବିଭାଗ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହିତାଧିକାରୀଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha