ଖରିଆର ରୋଡ ଏନଏସି ରେ ୧୧୯ ଟି ପିଏମଏୱାଇ ପକ୍କା ଘର ଓ ୫୬ ଟି ନୂତନ ରାସନ କାର୍ଡ କାର୍ଯ୍ୟାଦେଶ ବଣ୍ଟନ ।
ନୂଆପଡ଼ା -୧୬/୭ (ସୁରେନ୍ଦ୍ର ତିୱାରୀ) ଘରହିନ ଲୋକଙ୍କୁ ପକ୍କା ଘର ଓ ଆବଶ୍ୟକତା ମୂଳକ ଳୋକଙ୍କୁ ରାସନ କାର୍ଡ ଦେଇ ତାଙ୍କ ସ୍ୱପ୍ନ ସାକାର ହୋଇଛି। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ବିକାଶ ଦିଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଅଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୧୧୯ ଟି ନୂଆ ୱର୍କ୍ ଅର୍ଡର ବିତରଣ କରାଯାଇଛି, ଯାହା ଫଳରେ ଅନେକ ପରିବାରଙ୍କର “ପକ୍କା ଘର” ର ସ୍ୱପ୍ନ ପୂରଣ ହେବାକୁ ଯାଉଛି।
ତତ ସହିତ ୫୬ ଟି ନୂଆ ରାସନ୍ କାର୍ଡ ବିତରଣ କରାଯାଇ ଥିଲା। ରାସନ କାର୍ଡ ମାଧ୍ୟମରେ ଆବଶ୍ୟକତା ମୂଳକ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଅଧିକାର ସୁନିଶ୍ଚିତ କରାଯାଇଛି। ଏ ଅବସର ରେ ଆୟୋଜିତ ଏକ ସମାରୋହ ରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ଙ୍କ ସହିତ ପରିଷଦ ର ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ, ସମସ୍ତ ପାରିଷଦ ବୃନ୍ଦ ଯୋଗ ଦାନ କରିଥିଲେ।

ଖରିଆର ରୋଡ ଏନଏସି ରେ ୧୧୯ ଟି ପିଏମଏୱାଇ ପକ୍କା ଘର ଓ ୫୬ ଟି ନୂତନ ରାସନ କାର୍ଡ କାର୍ଯ୍ୟାଦେଶ ବଣ୍ଟନ
173
previous post