Home ରାଜ୍ୟଖଇରା ଉପ୍ରା ବିଦ୍ୟାଳୟ ରେ ଶିକ୍ଷକ ମାନଙ୍କୁ ବିଦାୟ ଓ ନବାଗତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଖଇରା ଉପ୍ରା ବିଦ୍ୟାଳୟ ରେ ଶିକ୍ଷକ ମାନଙ୍କୁ ବିଦାୟ ଓ ନବାଗତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

by Maraguda Express
0 comments

ବୋଡ଼େନ- ୬/୮ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଉପ୍ରା ବିଦ୍ୟାଳୟରେ ଏକ ଆବେଗମୟ ପରିସ୍ଥିତିରେ ଭାବବିହ୍ୱଳ ହୋଇ ବିଦାୟୀ ଶିକ୍ଷକ କର୍ଣ୍ଣ କୈବର୍ତ, କମଲ ସିଂ ମାଝୀ ଓ ନବ ବସନ୍ତ ଯୋଶୀ ଙ୍କୁ ଛାତ୍ର ଛାତ୍ରୀ ମାନେ ବିଦାୟୀ ସମ୍ବର୍ଦ୍ଧନା କରିଥିବା ବେଳେ  ନବାଗତା ଶିକ୍ଷକ ଅନୁସୟା ମାଝୀ, ମଙ୍ଗଳ ସିଂ ମାଝୀ ଓ ଅଚ୍ୟୁତାନନ୍ଦ ବିଭାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି l
ଉକ୍ତ ସମାରୋହ ରେ ଡମ୍ବରୁ ଧର ମାଝୀ ସଭାପତିତ୍ଵ କରିଥିବାବେଳେ ଉତ୍ତମ ପ୍ରସାଦ ମହାଉତି ସି ଆର ସି ସି, ସ୍କୁଲ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦଣ୍ଡସେନା ଶିକ୍ଷକ ବଇଦଦଲ କ୍ଷୀରସିନ୍ଧୁ ମାଝୀ, କମଳା ଦୁରିଆ, ହିଙ୍ଗୁଳା ମାଝୀ, ମୁକେଶ କୁମାର ନାୟକ, ସାମ୍ବାଦିକ ଜଗତ ରାମ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନେ ଫୁଲ ତୋଡ଼ା ଓ ଉପଢୌକନ ଦେଇ ନବାଗତା ଓ ବିଦାୟୀ ଶିକ୍ଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଶିକ୍ଷକ ମାନେ ବିଦୟୀ ଶିକ୍ଷକମାନଙ୍କର ସ୍ମୃତି ଚାରଣ କରିଥିବା ବେଳେ ଅଚ୍ୟୁତାନନ୍ଦ ବିଭାର ମଞ୍ଚ ପରିଚାଳନା କରି ସମସ୍ତଙ୍କୁ ଅଥିତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha