Home ରାଜ୍ୟଡୁଡା ସମୀକ୍ଷା ବୈଠକ : ପ୍ରତ୍ୟେକ ଏନ୍‌ଏସିରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ‘ଗପସପ’ କୋଣ।

ଡୁଡା ସମୀକ୍ଷା ବୈଠକ : ପ୍ରତ୍ୟେକ ଏନ୍‌ଏସିରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ‘ଗପସପ’ କୋଣ।

by Maraguda Express
0 comments
ନୂଆପଡ଼ା- ୨୪/୦୯- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍‌ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ, ସହରାଞ୍ଚଳ ଭିତ୍ତିଭୂମି ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମେତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା।ଜିଲ୍ଲାର ସମସ୍ତ ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରେ ବରିଷ୍ଠ ନାଗରିକଙ୍କ ଅବସର ବିନୋଦ ଓ ସାମାଜିକ ମିଳନ ପାଇଁ ‘ଗପସପ’ ନାମରେ ସ୍ୱତନ୍ତ୍ର କୋଣ ବିକଶିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଏନ୍‌ଏସି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଏହାକୁ ବିକଶିତ କରିବାକୁ ସେ କହିଥିଲେ।ନୂଆପଡ଼ା ସହରର ଗାନ୍ଧୀ ଉଦ୍ୟାନର ନବୀକରଣ ଏବଂ ନୂତନ ମାର୍କେଟ୍ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସହରାଞ୍ଚଳରେ ଥିବା ବେଆଇନ ନିର୍ମାଣଗୁଡ଼ିକୁ ନିୟମାନୁଯାୟୀ ଉଚ୍ଛେଦ କରିବା ସହ ଅନୁମୋଦନବିହୀନ ନିର୍ମାଣକୁ ବିଦ୍ୟୁତ୍ ସଂଯୋଗ ନଦେବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।ଏନ୍‌ଏସିଗୁଡ଼ିକରେ ଭଡ଼ା ବାବଦରେ ଆଦାୟ ହେଉଥିବା ରାଜସ୍ୱକୁ କମ୍ୟୁନିଟି ହଲ୍‌ର ବିକାଶ ଓ ରକ୍ଷଣାବେକ୍ଷଣରେ ବିନିଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ତିନି ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିକାଶମୂଳକ ଭିଜନ୍ ଓ କାର୍ଯ୍ୟଯୋଜନା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ।ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ସହର ଗଠନ ଦିଗରେ ଠୋସ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଥିଲେ।‘ୱାର୍ଡରେ ପୌର ପ୍ରଶାସନ’ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଅଧିକାରୀ ଓ କର୍ମଚାରୀମାନେ ସାଇକେଲରେ ୱାର୍ଡ ପରିଦର୍ଶନ କରି ନାଗରିକଙ୍କ ସମସ୍ୟା ଓ ଆବଶ୍ୟକତା ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ କହିଥିଲେ।ସହରାଞ୍ଚଳର ଖାଲି ସ୍ଥାନଗୁଡ଼ିକୁ ଚିହ୍ନଟ କରି ଲ୍ୟାଣ୍ଡସ୍କେପିଂ ମାଧ୍ୟମରେ ସୌନ୍ଦର୍ଯ୍ୟୀକରଣ କରିବା ସହ ସହରର ପରିବେଶ ଓ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ଯୋଜନାବଦ୍ଧ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଉତ୍ତମ ଟିକସ ଆଦାୟ ପାଇଁ ଟିକସ ସଂଗ୍ରାହକ ତୁକାରାମ ସାହୁ, ପ୍ରତାପ ବାଗ ଓ ବୃଷପର୍ବ ସିଂହ ବାବୁଙ୍କୁ ସମ୍ମାନିତ କରାଯାଇଥିଲା।ବୈଠକରେ ନୂଆପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖରିଆର ରୋଡ୍ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଖଡ଼ିଆଳ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣାଙ୍କ ସମେତ ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର ଓ ଏମ୍‌ଆଇଏସ୍ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha