73
ନୂଆପଡ଼ା -୨୧/୦୯- ଆଜି ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଏ ସମ୍ପର୍କ ରେ ବିସ୍ତୃତ ସୂଚନା ପ୍ରଦାନ୍ କରିଥିଲେ।ନୂଆପଡ଼ା ଜିଲ୍ଲାରେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ୨୧ ସେପ୍ଟେମ୍ବର ୨୦୨୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ନୂତନ ତାଲିକା ଅନୁଯାୟୀ ନୂଆପଡ଼ା ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୪,୯୦,୩୪୪ ରେ ପହଞ୍ଚିଛି। ଭୋଟରଙ୍କ ସୁବିଧା ପାଇଁ ଜିଲ୍ଲାରେ ମତଦାନ କେନ୍ଦ୍ର ସଂଖ୍ୟା ୬୬୦ ରୁ ୬୯୩ କୁ ବୃଦ୍ଧି କରାଯାଇଛି।
