51
ନୂଆପଡ଼ା -୯/୮(ସୁରେନ୍ଦ୍ର ତିୱାରୀ) ଆସନ୍ତା କାଲି ଓଡ଼ିଶା ଉପମୂଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଦିନିକିଆ ନୂଆପଡା ଗସ୍ତ ରେ ଆସୁଛନ୍ତି। ସର୍କିଟ ହାଉସ ଠାରୁ ଅପରାହ୍ନ ତିନିଟା ରେ ତ୍ରିରଙ୍ଗା ଶୋଭା ଯାତ୍ରା ରେ ବାହାରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପହଞ୍ଚିବେ। ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ସୁଭଦ୍ରା ଭଉଣୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବା ର କାର୍ଯକ୍ରମ ରହିଛି। ଉପରୋକ୍ତ ସୁଚନା ଜିଲ୍ଲା ବିଜେପି ପକ୍ଷ ରୁ ଦିଆଯାଇଛି।