ନୂଆପଡ଼ା – ୯/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅବକାରୀ ବିଭାଗର ରାଜସ୍ବ ଆଦାୟ,ପ୍ରବର୍ତ୍ତନ କାର୍ଯ୍ୟକଳାପ ଏବଂ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରାଯାଇଥିଲାl ବିଦ୍ୟାଳୟ , ଜନବସତି , ରାସ୍ତା କଡ ଇତ୍ୟାଦି ଅଞ୍ଚଳରେ ଦୃଢ଼ ହସ୍ତରେ ଚୋରା ମଦ ବିକ୍ରୟ କେନ୍ଦ୍ର ସବୁ ତୁରନ୍ତ ବନ୍ଦ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଆଗାମୀ ଦିନରେ ଅବକାରୀ କାର୍ଯ୍ୟକଳାପ କେମିତି ଆହୁରି ସୁଦୃଢ ହୋଇ ଜିଲ୍ଲାରେ ଅବୈଧ ଚୋରା ମଦ,ଗଞ୍ଜେଇ, ନିଶା କାରବାର ଉପରେ ରୋକ୍ ଲାଗିପାରିବ ତଥା ଜନ ସଚେତନତା ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଉପ ଜିଲ୍ଲାପାଳ ସୂରମି ସୋରେନ୍,ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ,ଅବକାରୀ ନିରୀକ୍ଷକ ସୋମନାଥ ବାଗ,ଅବକାରୀ ଉପ ନୀରିକ୍ଷକ ସଚଳା ପାଢ଼ୀ, ଅଲେଖ ପୁଟେଲ,ସିଦ୍ଧାନ୍ତ ପାତ୍ର,ମଙ୍ଗଳ ଛତ୍ରିଆ ଏବଂ ଅନ୍ୟ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷା ରୁ ଜଣା ପଡିଲା ଯେ, ଏହି ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୫୯୩ ଗୋଟି ମାମଲା ଅନୁସନ୍ଧାନ କରାଯାଇ ୪୦୧ ଜଣଙ୍କ ବିରୁଦ୍ଧରେ ଅବକାରୀ କେଶ୍ ରୁଜ୍ଜୁ କରା ଯାଇଛି l ବୈଠକରେ ଜିଲ୍ଲାର କୋମନା ଓ ବୋଡ଼େନ ବ୍ଲକ୍ ରେ ଦୁଇଟି ନୂତନ ଅବକାରୀ ଥାନା ଖୋଲିବା ପାଇଁ ପ୍ରସ୍ତାବ ଦିଆଗଲା l ଅବକାରୀ କାର୍ଯ୍ୟକୁ ସଶକ୍ତ, ସୁଦୃଢ଼ କରି ଏଥିରେ ସଂସ୍କାର ଆଣିବା ପାଇଁ ଜିଲ୍ଲାରେ “ଅପରେସନ ସଂସ୍କାର” ଆରମ୍ଭ କରାଗଲା l ସମ୍ପୂର୍ଣ୍ଣ ଭୟମୁକ୍ତ ହୋଇ ସମର୍ପିତ ଭାବରେ ଜିଲ୍ଲାରୁ ଅବୈଧ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।
ଆରମ୍ଭ ହେଲା” ଅପରେସନ ସଂସ୍କାର” , ଜିଲ୍ଲା ଅବକାରୀ ବିଭାଗ ସମୀକ୍ଷା ବୈଠକ।
114