Home ରାଜ୍ୟତହସିଲଦାରଙ୍କୁ ହତ୍ୟା ଧମକ ଘଟଣା: ୨ ଚିହ୍ନଟ

ତହସିଲଦାରଙ୍କୁ ହତ୍ୟା ଧମକ ଘଟଣା: ୨ ଚିହ୍ନଟ

ତହସିଲଦାରଙ୍କୁ ହାତ୍ୟା ଧମକ ଘଟଣା ରେ ୨ ଚିହ୍ନଟ

by Maraguda Express
0 comments

                                         ତହସିଲଦାରଙ୍କୁ ହତ୍ୟା ଧମକ ଘଟଣା : ଦୁଇ ବ୍ୟକ୍ତି ଚିହ୍ନଟ ।    ନୂଆପଡ଼ା – ୪/୭ ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଗତ ୨ ତାରିଖ ଦିନ ମୋବାଇଲ ରେ ହତ୍ୟା ଧମକ ଦିଆଯାଇଥିବା ଖଡ଼ିଆଳ ଥାନା ରେ ଏଫ.ଆଇ.ଆର. ହୋଇଛି। ତହସିଲ ଦାର ଶ୍ରୀ ଗାଡ଼ବା ଏ ନେଇ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଓଏଏସ୍‌ ସଂଘର ନିଷ୍ପତ୍ତି ଅନୁଯାୟୀ ସବୁ ଅଫିସରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିଲା। ଖଡ଼ିଆଳ ବ୍ଲକରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଏଣୁ ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏପରି ସ୍ଥଳେ ବୁଧବାର ଗାଡ଼ବାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ମୋବାଇଲ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ନିଜକୁ ବିଜେପି ଅଫିସ ରୁ କଲ କରୁଥିବା ପରିଚୟ ଦେଇ ତୁକଲା ଗ୍ରାମଠାରେ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ ଚେକ୍‌ ପାସ୍‌ କାହିଁକି କରୁନାହାନ୍ତି ବୋଲି ପଚାରିବା ସହ ଧମପୂର୍ଣ୍ଣ ଭାଷା ରେ ଅଶ୍ଳିଳ ଗାଳିଗୁଲଜ କରି ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାର ଶ୍ରୀ ଗଡ଼ବା ଦାବି କରିଥିଲେ। ଏ ନେଇ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଓ ଦୁଇ ଜଣ ଚିହ୍ନଟ ହୋଇଥିବା କହିଥିଲେ।ଉପରୋକ୍ତ ଘଟଣା ର ତଦନ୍ତ କରି ଖଡ଼ିଆଳ ପୋଲିସ ଦୁଇ ଜଣଙ୍କୁ ଚିହ୍ନଟ କରିଛି। ଚିହ୍ନଟ ବ୍ୟକ୍ତିମାନେ ହେଲେ ବିଜୟ ଯାଦବ ଓ ମାନସ ସିଂ ଦେଓ ତାଙ୍କ ବିରୁଦ୍ଧ ରେ କେସ ନମ୍ବର -୧୯୯, ୨ ଜୁଲାଇ ୨୦୨୫ ବିଏନଏସ ଆକ୍ଟ ରୁଜୁ କରି ଥାନା ରୁ ଜାମିନ ରେ ଛାଡିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha