ନୂଆପଡା -୧୧/୮ (ସୁରେନ୍ଦ୍ର ତିୱାରୀ ) ଓଡ଼ିଶା ରାଜସ୍ବ ଅମଲା ସଂଘ ଆନୁକୂଲ୍ୟରେ ରେ ନୂଆପଡ଼ା ଜିଲ୍ଲା ଶାଖା ୧୦ ଦଫା ଦାବି ନେଇ ‘ସମୂହ ଛୁଟି’ ରେ
ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି କଡାକଡି କରିଛି ।ଫଳ ରେ ଜିଲ୍ଲା ରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇ ପଡ଼ିଛି। ଓଡ଼ିଶା ରାଜସ୍ଵ ଅମଲା ସଂଘ,ନୂଆପଡ଼ା ଶାଖା ତରଫରୁ ଜିଲ୍ଲା ସଭାପତି ତ୍ରିଲୋଚନ ରଥ ଙ୍କ ନେତୃତ୍ଵ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଦାବି ସମ୍ବଳିତ ସ୍ଲୋଗାନ ଦେଇ ଏହାର ଦଶ ଦଫା ଦାବି ନେଇ ସମସ୍ତ ସଦସ୍ୟ /ସଦସ୍ୟା ଜିଲ୍ଲାପଳଙ୍କ ମାଧ୍ୟମ ରେ ଦାବି ପୁରଣ ସକାଶେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ସୂଚନା ମୁତାବକ ଏହି ସଂଘ ଗତ ୨୫ ଜୁନ ୨୦୨୫ ତାରିଖରେ ଦାବି ପୂରଣ ସକାଶେ ଧାରଣା ଦେଇ ଆନ୍ଦୋଳନ କରି ଦାବି ପତ୍ର ରାଜ୍ୟ ସରକାରଙ୍କ ଓଡିଶା ରାଜସ୍ବ ଅମଲା ସଂଘ, ନୂଆପଡା ଶାଖା ଦଶଦଫା ଦାବି ସମ୍ୱଳିତ ପତ୍ର ଜିଲ୍ଲାପାଳଙ୍କ ମାଧ୍ୟମ ରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ,ଅତିରିକ୍ତ ମୁଖ୍ୟ ଶାସନ ସଚିବ,ରାଜସ୍ବ, ଅତିରିକ୍ତ ଶାସନ ସଚିବ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ । ଦାବି ଗୁଡ଼ିକର ଗୁରୁତ୍ଵ ଯଥାର୍ଥ ଅନୁଭବ କରି ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଥାତ ୯ ଜୁଲାଇ ୨୦୨୫ ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତା ରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା ଏବଂ ମନ୍ତ୍ରୀ ମହୋଦୟ ବିଭାଗ ଦ୍ବାରା ସମ୍ଭାବ୍ୟ ଦାବି ଯଥା କ୍ୟାଡର ପୁନର୍ଗଠନ ଏବଂ ଓଡିଶା ରାଜସ୍ବ ସେବାରେ ରାଜସ୍ବ ଅମଲାଙ୍କ ଶତପ୍ରତିଶତ ପଦୋନ୍ନତି ନିମନ୍ତେ ୧୫ ଦିନ ରେ କାର୍ଯ୍ୟକାରୀ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟ ରେ ମାସେ ଗଡି ଯାଇଛି କିନ୍ତୁ ଆଖି ଦୃଶିଆ କିଛି କାର୍ଯ୍ୟକାରୀ ନହେବା ରୁ ପୁନଃ ଓଡ଼ିଶା ରାଜସ୍ଵ ସଂଘ ତାର ଆନ୍ଦୋଳନ ଆରମ୍ଭ କରିଛି ବୋଲି ସଂଘର ସମ୍ପାଦକ ମଦନ ସୁନ୍ଦର ସାହୁ, ରବି ରଞ୍ଜନ ବେହେରା, ସଂଚିତା ସାହୁ, ପ୍ରିୟଦର୍ଶିନୀ ସାହୁ, ଆମ୍ବରିଶ ମିଶ୍ର, ଶ୍ରୀମତୀ ରେଶମା ସାହୁ, ମମତା ଶବର, ମନୋଜ କୁମାର ମହାରଣା, ଲକ୍ଷ୍ମଣ ଚିନ୍ଦା, ପ୍ରଭୃତି ପ୍ରକାଶ କରିଥିଲେ । ଆଜିକାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜସ୍ବ ଅମଲା ସଂଘ ନୂଆପଡାର ସଦସ୍ୟ ମୋହନ ବାଗ, ବିଭୂ ଦତ୍ତ ମିଶ୍ର,ବୁଧୁ ରାମ ନାଏକ, କେଶବ ରାମ ପୁଞ୍ଜି, ମିନେଶ କୁମାର ଧରୁଆ, କ୍ଷେତ୍ର ନାଏକ, ଗୁପ୍ତେଶ୍ବର ବେହେରା, , ହିତେଶ ମେହେର, ବିକ୍ରମ ମାଝୀ, ବିଜୟଲକ୍ଷ୍ମୀ ଶବର, ତରୁଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଉପରୋକ୍ତ ଆନ୍ଦୋଳନ ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲାପରିଷଦ,ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ସମସ୍ତ ବ୍ଲକ, ତହସିଲ ଏବଂ ଆଇସିଡିଏସ ରେ ଅଫିସ କାର୍ଯ୍ୟ ଠପ୍ ହୋଇ ଯାଇଥିବାର ଜଣାପଡିଛି ।
ଓଡିଶା ରାଜସ୍ବ ଅମଲା ସଂଘ ନୂଆପଡା ଶାଖାର ସଦସ୍ୟଙ୍କ ସମୂହ ଛୁଟି : ସରକାରୀ କାର୍ଯ୍ୟ ଠପ
70