Home ରାଜ୍ୟନୂଆପଡ଼ା ରେ ଅଗଷ୍ଟ ୧୭ ରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ : ଘରେ ଘରେ ପହଞ୍ଚିବେ ଆଶାକର୍ମୀ।

ନୂଆପଡ଼ା ରେ ଅଗଷ୍ଟ ୧୭ ରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ : ଘରେ ଘରେ ପହଞ୍ଚିବେ ଆଶାକର୍ମୀ।

by Maraguda Express
0 comments
ନୂଆପଡ଼ା -୦୬/୦୮- ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ, ୨୦୨୬ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ କୁଷ୍ଠରୋଗ ଚିହ୍ନଟ ଅଭିଯାନ (Leprosy Case Detection Campaign–LCDC-2026) ଅନୁଷ୍ଠିତ ହେବ। ଏହି ଅଭିଯାନର ସଫଳ ରୂପାୟନ ପାଇଁ ଜିଲ୍ଲା ସମନ୍ୱୟ କମିଟିର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, କୁଷ୍ଠରୋଗର ଲୁକ୍କାୟିତ ରୋଗୀଙ୍କୁ ସମୟରେ ଚିହ୍ନଟ କରି ନିଶୁଳ୍କ ଓ ଉପଯୁକ୍ତ ଚିକିତ୍ସା ଯୋଗାଇବା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। କୌଣସି ରୋଗୀ ଯେପରି ଚିହ୍ନଟରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର, ଆଶାକର୍ମୀ ଓ କ୍ଷେତ୍ର କର୍ମଚାରୀଙ୍କୁ ସତର୍କତା ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଅଭିଯାନ ସମୟରେ ଆଶାକର୍ମୀମାନେ ଘରକୁ ଘର ବୁଲି ସର୍ଭେକ୍ଷଣ କରି ସନ୍ଦିଗ୍ଧ କୁଷ୍ଠରୋଗୀଙ୍କୁ ଚିହ୍ନଟ କରିବେ। ପରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗ ନିଶ୍ଚିତ କରିବା ସହ ଆବଶ୍ୟକ ଚିକିତ୍ସା ଆରମ୍ଭ କରିବେ। ଏହା ସହ ଚିହ୍ନଟ, ଅନୁସରଣ ଓ ଚିକିତ୍ସା କ୍ଷେତ୍ରରେ ନୂଆପଡ଼ାକୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ।
ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠରୋଗ) ଡା. ତନ୍ମୟ ତ୍ରିପାଠୀ, ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, କୁଷ୍ଠରୋଗ ପରାମର୍ଶଦାତା ଅନୀତା ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସିଏଚ୍‌ସିର କୁଷ୍ଠରୋଗ ନୋଡାଲ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha