241
ନୂଆପଡ଼ା -୦୫/୦୮- ଆଜି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ା ପରିସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରେଶମ ଲାଲ ନାଏକଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାଏକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ କର୍ମଜୀବନରେ ଶିକ୍ଷା କ୍ଷେତ୍ର ପ୍ରତି ତାଙ୍କର ନିଷ୍ଠା, ଦାୟିତ୍ୱବୋଧ ଓ ସେବାଭାବକୁ ଉପସ୍ଥିତ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।