Home ରାଜ୍ୟକୋମନା ରେ ଓଷ୍ଟା ପକ୍ଷରୁ ୪ ଦଫା ଦାବି : ବିଡିଓଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ।

କୋମନା ରେ ଓଷ୍ଟା ପକ୍ଷରୁ ୪ ଦଫା ଦାବି : ବିଡିଓଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ।

by Maraguda Express
0 comments
ନୂଆପଡ଼ା -୦୫/୦୮- ଓଡ଼ିଶା ସ୍କୁଲ–କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, କୋମନା (ଓଷ୍ଟା) ପକ୍ଷରୁ ବୁଧବାର ଦିନ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଜରିଆରେ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଦାବିରେ ଏହି ସ୍ମାରକପତ୍ର ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ କୋମନା ବ୍ଲକ ସଂଘ ସଭାପତି ମହତାବ ଗିରି, ସମ୍ପାଦକ ତପନ କୁମାର ବହିଦାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ୍ତ କୁମାର ଯୋଶୀଙ୍କ ସମେତ ବିଭିନ୍ନ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକମାନେ ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇଥିଲେ।
ସମିତି ପକ୍ଷରୁ କୁହାଯାଇଛି ଯେ, ଗତ ପ୍ରାୟ ୩୦ ବର୍ଷ ଧରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗରେ ପ୍ରତ୍ୟେକ ପଞ୍ଚାୟତରେ ଗଢ଼ିଉଠିଥିବା ଅନେକ ବିଦ୍ୟାଳୟ ଆଜି ଶିକ୍ଷକ ଅଭାବ, ଅନୁଦାନର ଅଭାବ ଓ ପ୍ରଶାସନିକ ଅବହେଳା କାରଣରୁ ଗୁରୁତର ସଙ୍କଟ ଦେଇ ଗତି କରୁଛି। ଏହାର ପ୍ରଭାବରେ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଉଥିବା ଅଭିଯୋଗ କରାଯାଇଛି।
ଦାବୀପତ୍ର ରେ ୧୯୪ ବିଦ୍ୟାଳୟକୁ ଅନୁଦାନପ୍ରାପ୍ତ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ପଦବୀ ପୂରଣ ଓ କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।
ସମିତିର ନେତୃବୃନ୍ଦ କହିଛନ୍ତି ଯେ, ଯଦି ଏହି ଦାବିଗୁଡ଼ିକର ଶୀଘ୍ର ସମାଧାନ କରାନଯାଏ, ତେବେ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା ଆହୁରି ପ୍ରଭାବିତ ହେବ। ଏହି ପରିସ୍ଥିତିରେ ସରକାର ଶିକ୍ଷା ଓ ଶିକ୍ଷକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ତୁରନ୍ତ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha