
ନୂଆପଡ଼ା -୧୪/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପୋଲିସ ଓ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ମିଳିତ ଆନୁକୁଲ୍ୟ ରେ ନାରୀ ସୁରକ୍ଷା ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ଖଡ଼ିଆଳ ପୋଲିସ ଷ୍ଟେସନ ଆଇଆଇସି ଦିଲ୍ଲୀପ କୁମାର ସାହୁ, ରାଜେଶ କୁମାର ଅଗସ୍ତି, ମିନତୀ ବଡନାୟକ ଓ ଦେବାର୍ଚ୍ଚନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସର ରେ ଆଇଆଇସି ଶ୍ରୀ ସାହୁ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା, ଆତ୍ମ ବିଶ୍ଵାସ, ଧୈର୍ଯ୍ୟ,ସାହାସ ଇତ୍ୟାଦି ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଖୁଣ ଭାବରେ ବୁଝାଇ ସଚେତନ କରିଥିଲେ । ଉପରୋକ୍ତ ସଭାରେ କମିଟି ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସଦସ୍ୟା ଅଧ୍ୟାପିକା ଡ଼ ଗିତାଶ୍ରୀ ପ୍ରିୟମ୍ବଦା , ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ନିବେଦିତା ଆଚାରି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉପରୋକ୍ତ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେବା ସହ ସରକାର ଙ୍କ ନାରୀ ସଶକ୍ତିକରଣ ଓ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ। ଅଧ୍ୟାପିକା ଡ଼ ଗିତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ର ସଫଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷ ରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସଫଳ ଆୟୋଜାନ ଓ ସହଯୋଗ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।
ଖଡ଼ିଆଳ ଥାନା : ମହାବିଦ୍ୟାଳୟ ଛାତ୍ରୀଙ୍କୁ ନେଇ ନାରୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ।
55
previous post