61
ବୋଡେ଼ନ – ୧୯/୮ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର ଖଇରା ଗ୍ରାମରେ ସପ୍ତାହେ ହେବ ବିଜୁଳି କଟା ହେବା ନିତିଦିନିଆ ଘଟଣା ହୋଇଗଲାଣି, ଏଣୁ ଖାଉଟି ହନ୍ତସନ୍ତ ହୋଇଗଲେଣି l ବୋଡେ଼ନ ର ବିଜୁଳି ୨ କିମି ଦୂରେ ଥିବାବେଳେ ଖଡ଼ିଆଳ ରୁ ଖୁଦପେଜ ଫିଡ଼ର ଯୋଗେ ବିଜୁଳି ସଂଯୋଗ ହୋଇଛି,ଯା ଫଳରେ ତିରିଶ ଟି ଗ୍ରାମଡ଼େଇଁ ବିଜୁଳି ଖଇରା କୁ ଆସିଛି ।ଏଣୁ କେଉଁଠି ଟିକେ କଣ ହେଲେ ଫଲଟି ହେଲା କହି ବିଜୁଳି କାଟ ଅଘୋଷିତ ଭାବେ ହେଉଥିବାରୁ ଖଇରା ସମେତ ଦାବିରି, ଅମେରା, ବାଞ୍ଜିବାହାଲ, ମୁଣ୍ଡଗାଁ, ବାଗବାହାଲ ଆଦି ଗ୍ରାମର ଉପଭୋକ୍ତା ମାନେ ହନ୍ତସନ୍ତ ହେଉଛନ୍ତି । ଏ ବାବଦ ରେ ଦୁଇମାସ ତଳେ ଜିଲ୍ଲାର ଜିଲ୍ଲାପାଳ ଙ୍କର ଜଣାଶୁଣାଣି ରେ ମଧ୍ୟ ଦିଆଗଲେ ମଧ୍ୟ କୌଣସି ପଦକ୍ଷେପ ବୋଡେ଼ନ ରୁ ଯୋଗାଣ ପାଇଁ ନେଉନାହାନ୍ତି,ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟିଦେଇ ଶୀଘ୍ର ବିଜୁଳି ସଂଯୋଗ କରିବାକୁ ସାଧାରଣରେ ଦାବିହେଉଛି ।